ବାପାଙ୍କ ପଛେପଛେ ଚାଲିଗଲେ ସାନ ପୁଅ, ପରଲୋକରେ ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

 
Mihir das

ପୁଣି ଦୁଃଖର ପାହାଡ଼ ପଡିଛି ଦିବଂଗତ ମିହିର ଦାସଙ୍କ ପରିବାରରେ। ବାପାଙ୍କ ମୃତ୍ୟୁର ବର୍ଷେ ପରେ ସାନ ପୁଅ ମଧ୍ୟ ଦୁନିଆ ଛାଡି ଦେଇଛନ୍ତି। ମିହିର ଦାସଙ୍କ ଦୁଇ ପୁଅ ମଧ୍ୟରୁ ସାନ ପୁଅ ଅକ୍ଲାନ୍ତ ଦାସ ଇହଧାମ ତ୍ୟାଗ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି।

Aklant

ଅକ୍ଲାନ୍ତ ଏକ ମାସ ହେବ ତାଙ୍କର ବୃକକ ଜନିତ ସମସ୍ଯା ଥିବାରୁ ଚିକିତ୍ସା ଚାଲିଥିଲା।ସେଥିପାଇଁ ସେ ଏକ ମାସ ହେଲା ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ହେଉଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା। ହେଲେ ହଠାତ୍ ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତ୍ୱର ହେବାରେ ଲାଗିଥିଲା। ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ୨୬ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଆଜି କଟକ ସତୀ ଚଉରାରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି ।
Mihir das family
୧୯୯୬ ମସିହା ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିବା ଅକ୍ଲାନ୍ତ କଟକ ସ୍ଥିତ ଡିଏଭି ସ୍କୁଲରୁ ପାଠ ପଢା ଶେଷ କରିଥିଲେ। ତେବେ ୨୦୨୧ ମସିହାରେ ଦୁନିଆରୁ ବିଦାୟ ନେଇଥିଲେ ମିହିର ଦାସ। ଏହା ପୂର୍ବରୁ ୨୦୧୦ରେ ମିହିର ଦାସଙ୍କ ପତ୍ନୀ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।