ଭୁବନେଶ୍ୱର ଭଡ଼ା ଘରୁ ମିଳିଲା ଓଡ଼ିଆ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ, କାହିଁକି କଲେ ଆତ୍ମହତ୍ୟା ଜାଣନ୍ତୁ ପୂରା ଘଟଣା

 
Odia actress

ଜଣେ ଓଡ଼ିଆ ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀଙ୍କ ମୃତ ଦେହ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିବଖ ଜଣାପଡିଛି। ଅଭିନେତ୍ରୀ ଜଣକ ହେଉଛନ୍ତି ରଶ୍ମିରେଖା ଓଝା, ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଦେଖାଦେଇଛି। ତେବେ ମୃତ୍ୟୁ ଆତ୍ମହତ୍ୟା ନା ଅନ୍ୟ କୋୖଣସି କାରଣ ରହିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Rashmi rekha

ଘର ଭିତରୁ ନୟାପଲ୍ଲୀ ଥାନା ପୁଲିସ ଏକ ସୁଇସାଇଡିଆଲ ନୋଟ ଜବତ କରିଛି। ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି। ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟାରେ ରଶ୍ମି ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଶବ ଜବତ କରିଥିଲା। ଘର ମାଲିକ ରଶ୍ମିରେଖାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚି ବନ୍ଦ ଥିବା ରୁମ୍ ଭିତରୁ ମୃତ ଦେହ ଉଦ୍ଧାର କରିଥିଲା।

Rashmi rekha

ପୋଲିସ୍ କୁ ମିଳିଥିବା ସୁଇସାଇଡ୍ ନୋଟରେ ଲେଖାଯାଇଛି ଯେ, ମିସ ୟୁ ବାବା, ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ ଗୋଟେ ଖରାପ ଝିଅ। ଏଥି ସହିତ ବାପା ଓ ପରିବାର ଲୋକଙ୍କୁ କାହାରିକୁ ଦାୟୀ କରିବାକୁ ଚିଠିରେ ମନା କରିଛନ୍ତି ରଶ୍ମିରେଖା। ତେବେ ଅଭିନେତ୍ରୀ ଜଣକ ଶେଷ ଥର ପାଇଁ ‘ଜି ସାର୍ଥକ’ ର ଧାରାବାହିକ ‘କେମିତି କହିବି କହ’ ରେ ମୁଖ୍ୟ ଅଭିନେତ୍ରୀଙ୍କ ସାଙ୍ଗ ଭାବେ ନଜର ଆସିଥିଲେ। 

ତେବେ ରଶ୍ମିରେଖା ନୟାପଲ୍ଲୀରେ ନିଜ ବୟଫ୍ରେଣ୍ଡ୍ ଙ୍କ ସହ ରହି ଆସୁଥିବା ବେଳେ ଚାକିରି କରିଥିବାରୁ ସମ୍ପୃକ୍ତ ଯୁବକ କିଛିଦିନ ହେବ ବାହାରେ ରହୁଛନ୍ତି। ଘଟଣାର ଅଧିକ ତଦନ୍ତ ଲାଗି ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ପୋଲିସ୍‌ ପଚରାଉଚରା କରିପାରେ ବୋଳି ଜଣାପଡ଼ିଛି।