ଦେଖନ୍ତୁ ଭିଡ଼ିଓ: ଶ୍ରୀ ଜଗନ୍ନାଥଙ୍କୁ ଗାଡ଼ି ପଛରେ ବୋହି ନେଉଥିଲେ, ଏବେ ଅଧିଆ ପଡ଼ି ଭୁଲ ମାଗିଲେ….

 
Jaganath

ସାରା ଜଗତର ନାଥ ଜଗନ୍ନାଥ। କାଳିଆ ଠାକୁରଙ୍କ ପାଇଁ ଆମ ମନରେ ଭକ୍ତି ଏବଂ ଭାବନା ଭରି ରହିଥିବା ବେଳେ କିଛି ଅସାଧୁ ବ୍ୟକ୍ତି ଏହି ଭାବନାକୁ କୁଠାରଘାତ କରିବାରେ ବ୍ୟସ୍ତ ରହୁଛନ୍ତି। ମାତ୍ର କିଛି ଦିନ ତଳେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମାକୁ ଅତି ଅମାନୁଷିକ ଭାବରେ ଗାଡ଼ି ପଛରେ ବନ୍ଧାଯାଇ ନିଆ ଯାଉଥିବା ଦେଖିବାକୁ ମିଳିଥିଲା। ତେବେ, ଏହି ଭିଡ଼ିଓ ଭାଇରାଲ ହେବାପରେ ଏଥିରେ ସମ୍ପୃକ୍ତ ରହିଥିବା ଟେଣ୍ଟ ହାଉସ ମାଲିକ ଅଧିଆ ପଡ଼ି ଭୁଲ ମାଗିଥିବା ଜଣାପଡିଛି।

Idol

ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ପଛପଟେ ମହାପ୍ରଭୁଙ୍କ ପତିମାକୁ ଦଉଡି ସାହାଯ୍ୟରେ ବାନ୍ଧି ନିଆ ଯାଉଥିବା ଦେଖିବାକୁ ମିଳିଥିଲା। କୌଣସି ଏକ ବଡ଼ କାର୍ଯ୍ୟକ୍ରମ ପାଇଁ ଭଗବାନଙ୍କ ପ୍ରତିମାଟିକୁ ନିଆ ଯାଉଥିବା ବେଳେ ବାଉଁଶ ସହିତ ତାଙ୍କୁ ଏଭଳି ଭାବରେ ବାନ୍ଧି ନିଆଯିବାକୁ ଲୋକେ ସହଜରେ ଗ୍ରହଣ କରି ପାରିନାହାଁନ୍ତି।

ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ନିଜ ମାଟିରେ ହିଁ ମହାପ୍ରଭୁଙ୍କର ଏଭଳି ଅପମାନକୁ ଲୋକେ ସହଜରେ ଗ୍ରହଣ କରି ପାରିନଥିଲେ। ତେବେ, ଏହି କୁକର୍ମରେ ଲିପ୍ତ ରହିଥିବା ଟେଣ୍ଟ ହାଉସ ମାଲିକ ଏବଂ ଗାଡି ଡ୍ରାଇଭର କାଳିଆ ଠାକୁରଙ୍କ ଆଗରେ ଅଧିଆ ପଡ଼ି ଭୁଲ ମାଗିଥିବା ଜଣାଯାଇଛି।