ସନ୍ଦେହ ଘେରରେ ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ, ସାମ୍ନାକୁ ଆସିଲା ମୃତ୍ୟୁର କାରଣ! ବୟଫ୍ରେଣ୍ଡ୍ କରିଥିଲା ଏମିତି କାଣ୍ଡ, ଏଥିପାଇଁ ହୋଇଛି ମୃତ୍ୟୁ?

 
Subhashree kar

ରାତିରେ ଚାଲିଥିଲା ନୂଆବର୍ଷ ସେଲିବ୍ରେସନ୍, ସକାଳୁ ବନ୍ଦ ରୁମ୍ ଭିତରୁ ମିଳିଲା ମହିଳା ଡାକ୍ତରଙ୍କ ମୃତଦେହ। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡର ବନେଇକଳା ବସ୍ତିରେ ଏଭଳି ଏକ ଘଟଣା ଘଟିଯାଇଛି। ମୃତକା ମହିଳା ଜଣକ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଶୁଭଶ୍ରୀ କର ବୋଲି ଜଣାପଡ଼ିଛି। ତେବେ, ଏହା ଆତ୍ମହତ୍ୟା କିମ୍ବା ଏକ ହତ୍ୟାକାଣ୍ଡ ସେଥିନେଇ କୌଣସି ସୂଚନା ମିଳିପାରିନାହିଁ।

Death

 ମିଳିଥିବା ସୂଚନା ଅନୁଯାଇ ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଥିବା ଶୁଭଶ୍ରୀ ନିଜ ସହଯୋଗୀ ମାନଙ୍କ ସହିତ ନୂଆବର୍ଷ ସେଲିବ୍ରେସନ କରିଥିଲେ। ଘଟଣା ଦିନ ତାଙ୍କ ଭଡ଼ା ଘରେ ସେଲିବ୍ରେସନ ଚାଲିଥିବା ବେଳେ ତାଙ୍କର ଜଣେ ଡାକ୍ତର ପୁରୁଷ ବନ୍ଧୁ ମଧ୍ୟ ଉପସ୍ଥିତ ରହିଥିବା ଜଣାପଡ଼ିଛି। ସକାଳୁ ସେ କବାଟ ନ ଖୋଲିବାରୁ ପୋଲିସ ଏହାକୁ ଭାଙ୍ଗି ଭିତରକୁ ପଶିଥିଲା।

Subhashree

କବାଟ ଖୋଲିବା ପରେ ଶୁଭଶ୍ରୀ ନିଜ ବେଡ଼ ଉପରେ ନିସ୍ତେଜ୍ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରି ଟାଟାଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୁଭଶ୍ରୀ କଟକ ଜିଲ୍ଲା ନିଆଳିର ହୋଇଥିବା ବେଳେ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ, ଏହା ଏକ ଆତ୍ମହତ୍ୟା କିମ୍ବା ହତ୍ୟାକାଣ୍ଡ ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Shubhasree kara

ତେବେ ବିବାହ ପ୍ରତିଶ୍ରୁତି ଦେଇ ଡାକ୍ତର ଶୁଭଶ୍ରୀ କରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବୟଫ୍ରେଣ୍ଡ୍ ଡାକ୍ତର ଦିବ୍ୟରଞ୍ଜନ ମାଝୀ! ହେଲେ ପରବର୍ତ୍ତୀ ସମୟରେ ବାହା ହେବା ପାଇଁ ମନା କରିଦେବାରୁ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶୁଭଶ୍ରୀ। ଗତ ୨୦ ତାରିଖରେ ଲେଖିଥିବା ଏଫ୍‌ଆଇଆର୍‌ରେ ଡାକ୍ତର ଶୁଭଶ୍ରୀ କର ଏହା ଦର୍ଶାଇଛନ୍ତି।