ବିଜେପିରୁ ଏକଘରିଆ ହେବାପରେ ଦଳ ଛାଡ଼ିବେ କି ଅପରାଜିତା? ଆପ୍ ରେ ଦେବେ ଯୋଗ? ଜାଣନ୍ତୁ ପୂରା ଖବର

 
Aparajita sarangi

ଦିନେ ରାଜ୍ୟ ବିଜେପି ପାଇଁ ସାଜିଥିଲେ ଷ୍ଟାର ନେତ୍ରୀ। ଏପରିକି ସାଂସଦ ପଦ ମଧ୍ୟ ମିଳିଲା। କିନ୍ତୁ, ସେବେଠାରୁ ଅପରାଜିତା ଷଢଙ୍ଗୀଙ୍କ ପାଇଁ ବଦଳି ଯାଇଛି ରାଜ୍ୟ ବିଜେପିର ମନୋଭାବ। ଗତ ପୌର ନିର୍ବାଚନରେ ମଧ୍ୟ ଏକଘରିଆ ହୋଇ ଯାଇଥିଲେ ଅପରାଜିତା। ବିଏମସି ନିର୍ବାଚନ ସମୟରେ ବିଜେପିର କୌଣସି ବରିଷ୍ଠ ନେତା ମଧ୍ୟ ପ୍ରଚାର ପାଇଁ ଆସିନଥିଲେ। ଫଳସ୍ୱରୂପ ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ବରଣ କରିଥିଲା।

Aparajita sarangi

ସେହିପରି ବର୍ତ୍ତମାନ ପୁରୀ ଶ୍ରୀ ମନ୍ଦିର ଐତିହ କରିଡର ପ୍ରକଳ୍ପକୁ ଅପରାଜିତା ଏକାକୀ ବିରୋଧ କରୁଥିବା ବେଳେ ରାଜ୍ୟ ବିଜେପି ତାଙ୍କୁ ସାଥ୍ ଦେଉନାହିଁ। ଏହି ପ୍ରସଙ୍ଗକୁ ସେ ଲୋକସଭାରେ ମଧ୍ୟ ଉଠାଇଥିଲେ। ଖାଲି ସେତିକି ନୁହେଁ ଏଏସଆଇର ନିରବତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ, ଏହି ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ନିରବ ରହିଛନ୍ତି।

Aap

ଏଭଳି ପରିସ୍ଥିତିରେ ଶ୍ରୀ ମନ୍ଦିର ଐତିହ କରିଡର ପ୍ରକଳ୍ପକୁ ବିରୋଧ କରି ଅପରାଜିତା ରାଜରାସ୍ତାକୁ ଓଲ୍ହାଇବାକୁ ଯାଉଛନ୍ତି। କିନ୍ତୁ, ସବୁଠାରୁ ବଡ଼ କଥା ହେଉଛି ବିଜେପି ନୁହେଁ ବରଂ ଏକ ନିରପେକ୍ଷ ସଂଗଠନ ତରଫରୁ ଅପରାଜିତା ଆନ୍ଦୋଳନ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଏହାରିଭିତରେ ଆପ ଓଡ଼ିଶାରେ ପ୍ରଭାବ ବିସ୍ତାର କରୁଥିବାରୁ ଅପରାଜିତା ବିଜେପି ଛାଡ଼ି ଆପରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଆପ୍ କୁ ଓଡ଼ିଶାରେ ସଫଳ ହେବାକୁ ହେଲେ ଜଣେ ପ୍ରଭାବଶାଳୀ ନେତା ଦରକାର ହେଉଥିବାରୁ ଅପରାଜିତା ହିଁ ସଠିକ ବିକଳ୍ପ ସାବ୍ୟସ୍ତ ହୋଇପାରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଆଗାମୀ ଦିନରେ ଅପରାଜିତାଙ୍କର କଣ ରଣନୀତି ରହୁଛି ତାହା ଉପରେ ସମସ୍ତଙ୍କ ନଜ଼ର ରହିଛି।