ଦାଦାଙ୍କ ବଡ଼ ବୟାନ! ରସଗୋଲା କୋଲକାତାର ନୁହେଁ ବରଂ ଓଡ଼ିଶାର ବୋଲି କହିଲେ ସୌରଭ ଗାଙ୍ଗୁଲି, ଦେଖନ୍ତୁ ଭିଡ଼ିଓ
ରସଗୋଲା ପ୍ରକୃତରେ କାହାର ଓଡ଼ିଶାର ନା ପଶ୍ଚିମବଙ୍ଗର? ଏହି ଗୋଟିଏ ପ୍ରଶ୍ନକୁ ନେଇ ବର୍ଷ ବର୍ଷ ଧରି କେତେ ବାଦ ବିବାଦ ଲାଗି ରହିଛି। ଓଡ଼ିଆମାନେ ରସଗୋଲାକୁ ଓଡିଶାର ଗୌରବ ବୋଲି କହୁଥିବା ବେଳେ ପଶ୍ଚିମବଙ୍ଗରେ ଏହା ରୋସୋଗୋଲ୍ଲା ନାମରେ ପ୍ରସିଦ୍ଧ ଅଟେ। ତେବେ, ଏହି କଥା ଉପରେ ନିଜର ମତ ରଖିଛନ୍ତି ବିସିସିଆଇ ଅଧକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି।
ସୌରଭ ଏକ ରିଆଲିଟି ସୋରେ ଯୋଗ ଦେଇ କହିଛନ୍ତି ଯେ,"ସମସ୍ତେ କହୁଛନ୍ତି ଯେ ରସଗୋଲା କୋଲକାତାର, କିନ୍ତୁ ରସଗୋଲା କୋଲକାତାର ନୁହେଁ, ରସଗୋଲା ହେଉଛି ଓଡ଼ିଶାର। ମହାପ୍ରଭୁ ଜଗନ୍ନାଥଙ୍କ ସହିତ ରସଗୋଲା ଜଡିତ"। ସୌରଭଙ୍କର ଏହି କଥା ପଦିଏ ଶୁଣି ଓଡ଼ିଶାବାସୀ ବେସ୍ ଖୁସି। ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଲୋକେ ସୌରଭଙ୍କୁ ପ୍ରଶଂସାରେ ପୋତି ପକାଉଥିବା ଦେଖିବାକୁ ମିଳିଛି।
Thanks @SGanguly99 Dada for speaking the truth 😎
— Silver City Cuttack (@TeamSilverCity) August 5, 2022
Rasagola Odisha ra ❤️😎 Jay Jagannath pic.twitter.com/SCBaMzNqS9
ସବୁଠାରୁ ବଡ଼ କଥା ହେଉଛି ସୌରଭ ନିଜେ ଜଣେ ବେଙ୍ଗଲୀ ହୋଇଥିବା ବେଳେ ସେ ସତ କହିବାକୁ ପଛାଇ ନାହାଁନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରସଗୋଲାକୁ ନେଇ ସେଲିବ୍ରିଟିମାନେ ମତ ଦେବା ଏବଂ ଏଥିନେଇ ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ପୂର୍ବରୁ ମଧ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିନେତ୍ରୀ ହୁମା କ୍ୟୁରେସି ରସଗୋଲା ଓଡ଼ିଶାର ବୋଲି କହିଥିଲେ। କିଛି ମାସ ପୂର୍ବରୁ ରସଗୋଲାକୁ ନେଇ ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ଟ୍ରୋଲ ହେବାକୁ ପଡିଥିଲା। ଅନ୍ୟପକ୍ଷରେ ଏକ ଜାତୀୟ ଟିଭି ସୋରେ ଓଡ଼ିଆ ଝିଅ ସ୍ଥିତିପଦ୍ମା ଦାଶ ଜୟ ଜଗନ୍ନାଥ ! ରସଗୋଲା ଆମର ବୋଲି କହି ପ୍ରଶଂସା ସାଉଁଟିଥିଲେ।