ପ୍ରେମିକ ଧୋକା ଦେବାରୁ ନଦୀକୁ ଡେ଼ଇଁ ଜୀବନ ହାରିଲେ ଯୁବତୀ, ଚିଠିରେ ଲେଖି ଦେଇଗଲେ ଏମିତି କଥା, ଜାଣନ୍ତୁ ପୂରା ଘଟଣା

 
Simran

"ତୁମେ ସବୁବେଳେ ମୋ ଗୁଲୁ ହୋଇକି ରହିବ... ହେଲେ ତୁମ ଜୀବନକୁ କେବେ ବି ଏହି ଫିଜା ଫେରିବନି…"। ନଈକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ଏହା ଥିଲା ସିମରନ ଜେନାଙ୍କର ଶେଷ କଥା। ଗତ ଚାରିଦିନ ତଳେ ବୈତରଣୀ ନଦୀକୁ ନେଇ ଆତ୍ମହତ୍ୟା କରିଥିବା ଏହି ଯୁବତୀଙ୍କ ବ୍ୟାଗରୁ ମିଳିଛି ଏକ ହାତ ଲେଖା ଚିଠି। ଯୁବତୀଙ୍କ ଏହି ସୁଇସାଇଡ଼ ନୋଟ ଅନେକ କଥା ବୟାନ କରୁଥିବା ବେଳେ ଝିଅର ମୃତ୍ୟୁ ପାଇଁ ପୂର୍ବତନ ପ୍ରେମିକ ରଞ୍ଜିତ ସାହୁ ହିଁ ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Suicide

ଏଠାରେ ଉଲ୍ଲେଖଯୋଗ୍ୟ ଯେ +୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସିମରନ୍ ଡାକ୍ତରୀ ପାଠ ପଢିବା ପାଇଁ ପ୍ରସ୍ତୁତ ହେଉଥିଲେ। ଘଟଣା ଦିନ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବୁରୁଡ଼ିଆ ଗାଁରୁ କମ୍ପ୍ୟୁଟର କ୍ଲାସ କରିବାକୁ କହି ସିମରନ ଘରୁ ଚାନ୍ଦବାଲିକୁ ଆସିଥିଲେ। କିନ୍ତୁ, ବୈତରଣୀ ନଦୀ ପୋଲ ଉପରେ ସାଇକେଲ ଓ ବ୍ୟାଗ ରଖି ସେ ତଳକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

Simran with ranjit

ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଏଥିନେଇ ସୂଚନା ଦିଆଯାଇଥିଲା। ଖବର ପାଇଁ ଚାନ୍ଦବାଲି ଓ ରାଜକନିକା ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ହେଁ ସିମରନଙ୍କର କୌଣସି ସନ୍ଧାନ ମିଳିନଥିଲା। ପ୍ରାୟ ୩୦ ଘଣ୍ଟା ପରେ ପୋଲ ଠାରୁ ମାତ୍ର କେଇ ମିଟର ଦୂରରେ ସିମରନଙ୍କର ମୃତଦେହ ଠାବ କରାଯାଇଥିଲା। ତେବେ, ନିଜ ଝିଅକୁ ହରାଇଥିବା ମାଆ କଳ୍ପନା ଜେନା ଏଥିପାଇଁ ରଞ୍ଜିତ ସାହୁକୁ ଦାୟୀ କରିଛନ୍ତି। ସେହିପରି ସିମରନଙ୍କର ବଡ଼ ଭଉଣୀ ସାମିଲ୍ଲୀ ଜେନା ମଧ୍ୟ ରଞ୍ଜିତ ଉପରେ ଅନେକ ଝିଅଙ୍କ ସହିତ ସମ୍ପର୍କ ରଖି ତାଙ୍କ ଭଉଣୀକୁ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି।