ଦେଖନ୍ତୁ ଭିଡ଼ିଓ: ଷ୍ଟେଜ୍ ଉପରେ ଆଇଟମ୍ ସଙ୍ଗ ତାଳେ ତାଳେ ନାଚୁଥିଲେ ଯୁବତୀ, ଦର୍ଶକ ମଧ୍ୟରୁ ଉଠି ଚପଲ ମାଡ଼ କରିଲେ ଏହି ମହିଳା…..

 
Dance

ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଷ୍ଟେଜ୍ ଉପରକୁ ଚଢ଼ି ଜୋତା ଫୋଫାଡ଼ିଲେ ମହିଳା। ଭଦ୍ରକ ସହରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ସଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଲୀଳ ନୃତ୍ୟ ପରିବେଷଣ ହେଉଥିବା ନେଇ ଅଭିଯୋଗ କରି ମହିଳା ଜଣକ ଏପରି କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାଇ କାଳୀପୂଜା ଅବସରରେ ଯାଜପୁର ସହରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାନୀ ପ୍ରିୟଦର୍ଶିନୀ ନାମକ ଜଣେ କଳାକାର ନୃତ୍ୟ ପରିବେଷଣ କରିଥିଲେ। ତେବେ, ସେ ଷ୍ଟେଜ୍ ଉପରେ ନାଚୁଥିବା ବେଳେ ଦର୍ଶକମାନଙ୍କ ମଧ୍ୟରୁ ଜଣେ ମହିଳା ବାହାରି ଆସି ଷ୍ଟେଜ୍ ଉପରକୁ ଜୋତା ଫିଙ୍ଗିଥିଲେ।ସେ ଏତିକିରେ ଅଟକି ନଥିଲେ ବରଂ ଷ୍ଟେଜ୍ ଉପରକୁ ଚଢ଼ିଯାଇ ଗାଳିଗୁଳଜ କରିଥିଲେ। ଏହି ଘଟଣା ପାଇଁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହିତ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଯାତ୍ରା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ବହୁ ସମୟ ଧରି ମହିଳାଙ୍କୁ ବୁଝାଇବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏଥିନେଇ ରାନୀଙ୍କର ପ୍ରତିକ୍ରିୟା ନିଆଯାଇଥିବା ବେଳେ ସେ କୌଣସି ପ୍ରକାର ଅଶ୍ଲୀଳ ନାଚ ପ୍ରସ୍ତୁତ କରିନଥିବା କହିଛନ୍ତି।