ବିଜେଡ଼ିକୁ ଲାଗିଲା ଶକ୍ତ ଝଟକା! କେନ୍ଦ୍ରର ମାଗଣା ଚାଉଳ ଘୋଷଣା ପରେ ଚିନ୍ତାରେ ରାଜ୍ୟ ସରକାର, ଜାଣନ୍ତୁ ପୂରା ଖବର

 
Rice politics

ବିପିଏଲ୍ କାର୍ଡ଼ଧାରୀଙ୍କୁ ଟଙ୍କିକିଆ ଚାଉଳ ବାଣ୍ଟି ରାଜ୍ୟରେ ବେସ୍ ସଫଳତା ଅର୍ଜନ କରି ଆସିଛି ବିଜେଡ଼ି। କିନ୍ତୁ, ଏବେ କେନ୍ଦ୍ର ଶାସନରେ ରହିଥିବା ବିଜେପି ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ବେଳେ ବିଜେଡ଼ି କୁ ଶକ୍ତ ଝଟକା ଲାଗିବାକୁ ଯାଉଛି। ତେବେ, ଆଗକୁ ରାଜ୍ୟରେ ଚାଉଳ ରାଜନୀତି ଆହୁରି ତେଜିବ ବୋଲି ଆଶା କରାଯାଉଛି।

Naveen pattnaik

ଦୁଇଟଙ୍କିଆ ଏବଂ ପରେ ଟଙ୍କିକିଆ ଚାଉଳ ବାଣ୍ଟି ୨୦୦୯ ଏବଂ ୨୦୧୪ ନିର୍ବାଚନରେ ବେସ୍ ଅଧିକ ସଫଳତା ଅର୍ଜନ କରିଥିଲା ନବୀନ ସରକାର। ତେବେ, ଏହି ଚାଉଳର ଦାମ ୩୦ ଟଙ୍କା ରହିଥିବା ବେଳେ କେନ୍ଦ୍ର ସରକାର ପ୍ରାୟ ୨୭ ଟଙ୍କା ରିହାତି ଦେଉଥିଲେ। ଅର୍ଥାତ ଏତେ ବର୍ଷ ହେବ ରାଜ୍ୟ ସରକାର ମାତ୍ର ଟଙ୍କେ-ଦୁଇଟଙ୍କା ଖର୍ଚ୍ଚ କରି ସବୁ ଶ୍ରେୟ ନିଜ ନାଁରେ ନେଉଥିଲେ।

Rice

ତେବେ, ମୋଦି ସରକାରଙ୍କ ନୂଆ ସ୍କିମ୍ ଅନୁଯାଇ ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଏଣିକି ମାଗଣାରେ ଚାଉଳ ମିଳିବ। କେନ୍ଦ୍ର ସରକାର ୫ କିଲିଆ ପ୍ୟାକେଟ୍ କରି ହିତାଧିକାରୀଙ୍କୁ ବାଣ୍ଟିବେ ବୋଲି ଜଣାପଡ଼ିଛି। ଏଫ୍‌ସିଆଇ ଅଧିକାରୀ ପ୍ରଥମ ସପ୍ତାହରେ ଅନୁଧ୍ୟାନ କରିବା ସହିତ ଏହାକୁ ରାଜ୍ୟ ସରକାର କେବଳ ଫେୟାର ପ୍ରାଇସ୍ ସପ୍‌ରେ ବାଣ୍ଟିପାରିବେ।

Bjp

 ତେଣୁ, ଏବେ ଟଙ୍କିକିଆ ଚାଉଳ ପ୍ଲାନ ଆଉ କାମ କରିବନି। ଏହି ସ୍କିମ୍ ହେତୁ କେନ୍ଦ୍ର ସରକାର ୧୦୦ ପ୍ରତିଶତ ମାଇଲେଜ୍ ପାଇବେ ବୋଲି ଆଶା କରାଯାଉଛି। ତେବେ, ଏହାକୁ ସାମ୍ନା କରିବାକୁ ଯାଇ ରାଜ୍ୟ ସରକାର ମଧ୍ୟ କିଛି ନୂଆ ପ୍ଲାନ ଆଣିପାରନ୍ତି। ବଳକା ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ଅନ୍ୟ ଅତ୍ୟାବଶ୍ୟକ ଜିନିଷ ବାଣ୍ଟି ପାରନ୍ତି। ସେ ଯାହା ହେଉ ନା କାହିଁକି ଆଗକୁ ରାଜ୍ୟରେ ଚାଉଳ ରାଜନୀତି ଜୋର୍ ଧରିପାରେ ବୋଲି ଆଶଙ୍କା କରାଯାଉଛି।