ମୁହଁ ଖୋଲିଲା ଟୁଙ୍ଗୁରୁ ଭୋଳ, ବାହା ହେବାକୁ ଜିଦ୍ ଧରିଥିବା ମହିଳାଙ୍କ ବିରୋଧରେ ଆଣିଲେ ଗମ୍ଭୀର ଅଭିଯୋଗ, କହିଲେ ଏମିତି କଥା

 
Viral love story

ବର୍ତ୍ତମାନ ବର୍ଷା ଏବଂ ଟୁଙ୍ଗୁରୁ ଭୋଳ ପ୍ରେମ କାହାଣୀକୁ ନେଇ ସବୁଆଡ଼େ ଚର୍ଚ୍ଚା। କିଛିଦିନ ତଳେ ପ୍ରେମିକ ଟୁଙ୍ଗୁରୁ ଭୋଳଙ୍କୁ ବିବାହ କରିବା ଜିଦରେ ଭରତପୁର ଥାନା ଆଗରେ ଧାରଣା ଦେଇଥିଲେ ବର୍ଷା ନାମକ ଜଣେ ବିବାହିତା ମହିଳା। ଦୁଇ ସନ୍ତାନର ମାଆ ବର୍ଷା ନିଜ ସ୍ୱାମୀ ପରିବାରକୁ ଛାଡି ଟୁଙ୍ଗୁରୁଙ୍କ ସାହିତ ସଂସାର ଗଢିବାକୁ ଆଗେଇ ଆସିଥିଲେ। କିନ୍ତୁ, ଟୁଙ୍ଗୁରୁ ଅନ୍ୟତ୍ର ବିବାହ କରିବା ଖବର ପାଇ ସେ ଆଇନର ଆଶ୍ରୟ ନେଇଥିଲେ।

Tunguru bhol

ଗଣମାଧ୍ୟମରେ ଏହି ଖବର ଖୁବ ଭାଇରାଲ ହେଉଥିବା ବେଳେ ଗତକାଲି ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିବା ଜଣାଯାଇଛି। ଗୋଟିଏ ପଟେ ଟୁଙ୍ଗୁରୁଙ୍କୁ ସେ ବିବାହ କରିବେ ନାହିଁ କିନ୍ତୁ ସେମାନଙ୍କ ଭିତରେ ପୂର୍ବଭଳି ସମ୍ପର୍କ ରହିବ ବୋଲି ବର୍ଷା କହୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଟୁଙ୍ଗୁରୁ। ପ୍ରଥମଥର ପାଇଁ ଗଣମାଧ୍ୟମ ଆଗକୁ ଆସିଥିବା ଟୁଙ୍ଗୁରୁ ଏହି ମାମଲାରେ ନିଜ ପକ୍ଷ ରଖିଛନ୍ତି।

ସେ ବର୍ଷାଙ୍କୁ ଭଲ ପାଉନଥିବା ବରଂ ବର୍ଷା ତାଙ୍କୁ ଏକତରଫା ପ୍ରେମ କରୁଥିବା କଥା କହିଛନ୍ତି ଟୁଙ୍ଗୁରୁ। କରୋନା ମହାମାରୀ ସମୟରେ ବର୍ଷାଙ୍କୁ ଅଟୋରେ ଏମ୍ସ ନେଇ ଯାଉଥିବା ବେଳେ ସେମାନଙ୍କର ଦେଖା ହୋଇଥିଲା। ସେବେଠାରୁ ଫୋନ ନମ୍ବର ନେବା ସହିତ କିଛି ସେଲ୍ଫି ଉଠାଇ ସେ ତାଙ୍କୁ ବ୍ଲାକମେଲ୍ କରୁଥିବା ଟୁଙ୍ଗୁରୁ କହିଛି। କେବଳ ଏତିକି ନୁହେଁ ବର୍ଷା ଜୋରଜବରଦସ୍ତ କୋର୍ଟ ମ୍ୟାରେଜ କରିବାକୁ ଚେଷ୍ଟା କରିବା ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି। ଏହି ମାମଲାରେ ଗାଁର କିଛି ଖଳ ପ୍ରକୃତିର ଗାଁ ଲୋକେ ବର୍ଷାଙ୍କୁ ପ୍ରବର୍ତ୍ତାଇଥିବା ଟୁଙ୍ଗୁରୁ ଅଭିଯୋଗ କରିଛନ୍ତି।