ଦେଖନ୍ତୁ ଭିଡ଼ିଓ: ବାବୁସାନ ଓ ପ୍ରକୃତି ମିଶ୍ର ବିବାଦକୁ ନେଇ ମୁହଁ ଖୋଲିଲେ ରାନୀ ପଣ୍ଡା, କହୁ କହୁ ଏ କଣ କହିଦେଲେ ରାନୀ ଦେଖନ୍ତୁ

 
Rani panda

ବାବୁସାନ, ପ୍ରକୃତି ମିଶ୍ର ଏବଂ ବାବୁସାନଙ୍କ ସ୍ତ୍ରୀ ତୃପ୍ତିଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଯାତ୍ରା ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା ନିଜର ମତ ରଖିଛନ୍ତି। ସମଗ୍ର ଓଡ଼ିଆ ସିନେ ଜଗତ ପାଇଁ ଏହା ଏକ ଦୁଃଖଦ ଖବର ବୋଲି ସେ କହିଛନ୍ତି।

Fight

ବାବୁସାନ ଜଣେ ଉଦିୟମାନ ଅଭିନେତା ହୋଇଥିବା ବେଳେ ତାଙ୍କ ପରିବାରର ମଧ୍ୟ ଯଥେଷ୍ଟ ସମ୍ମାନ ରହିଛି। ବାପା ଉତ୍ତମ ମହାନ୍ତି ଏବଂ ମାଆ ଅପରାଜିତା ଓଡ଼ିଆ ଚଳଚ୍ଚିତ୍ର ଜଗତର ସମ୍ମାନୀୟ ବ୍ୟକ୍ତିତ୍ୱ ଅଟନ୍ତି। ଏଭଳି ପରିସ୍ଥିତିରେ ଏପରି ମାମଲା ସାମ୍ନାକୁ ଆସିବା ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି କହିଛନ୍ତି ରାନୀ। ରାନୀଙ୍କ କହିବା ଅନୁଯାଇ ଓଲିଉଡ ଠାରୁ ଆରମ୍ଭ କରି ବଲିଉଡ଼ ପର୍ଯ୍ୟନ୍ତ ପରକୀୟା ପ୍ରୀତି ଏକ ସାଧାରଣ କଥା ହୋଇ ସାରିଲାଣି।

କେବଳ ଯେ ସିନେମା ଜଗତ କି କଳାକାର ମାନଙ୍କ ମଧ୍ୟରେ ଏପରି ଘଟୁନି ବରଂ ସାଧାରଣ ଲୋକଙ୍କ ମଧ୍ୟରେ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ସେ କହିଛନ୍ତି। "ପର ମାଇକିନା କୁ ନିଜର କରିବା ଏକ ପ୍ରକାର ଟ୍ରଣ୍ଡ ପାଲଟି ଗଲାଣି" ବୋଲି ରାନୀ ନିଜ ଚିରାଚରିତ ଢଙ୍ଗରେ ପ୍ରକାଶ କରିଛନ୍ତି। ତାଙ୍କ କହିବା ମୁତାବକ ଏହି ଘଟଣା ପରିବାର ଭିତରେ ହିଁ ସମାଧାନ ହୋଇଯିବା ଭଲ ନଚେତ୍ ନିଜ ସହିତ ପରିବାର ମଧ୍ୟ ବଦନାମ ହେବ। ଏହି ଘଟଣାର ଓଡ଼ିଆ ସିନେମା ଜଗତ ଉପରେ ସେଭଳି କିଛି ପ୍ରଭାବ ପଡିବ ନାହିଁ ବୋଲି ସେ ମତ ରଖିଛନ୍ତି।