ପ୍ରୋଗ୍ରାମ ଆଟେଣ୍ଟ ପାଇଁ କାରରେ ଦ୍ରୁତ ଗତିରେ ଯାଉଥିଲେ ରାନୀ ପଣ୍ଡା, ବାଇକକୁ ଧକ୍କା ଦେଇ ନେଇଗଲେ ଜୀବନ, ଜାଣନ୍ତୁ ପୂରା ଘଟଣା

 
Rani panda

ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର ଦୁର୍ଘଟଣା। ଏକ ଷ୍ଟେଜ୍ ସୋ ପାଇଁ ଯାଉଥିବା ବେଳେ ତାଙ୍କ କାରର ଏକ ମୋଟରସାଇକେଲ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Car

ମିଳିଥିବା ସୂଚନା ଅନୁଯାଇ ଗତକଲି ରାତିରେ ରାନୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ତାଙ୍କ କାର ଯୋଗେ ଅନୁଗୁଳ ଯାଇଥିଲେ। ସେଠାରୁ ଦୁଦୁରୁକୋଟ ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିବା ବେଳେ ଆଠଗଡ଼ ମୁଣ୍ଡଳୀ ରାସ୍ତା ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଥିଲା।

Bike

 ବାଇକ୍ ଟି କାର ସହିତ ମୁହାଁ ମୁହିଁ ଧକ୍କା ହୋଇଥିବା ବେଳେ ବାଇକ୍ ଆରୋହି ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ରାନୀ ଏବଂ ତାଙ୍କ କାର ଡ୍ରାଇଭରଙ୍କୁ ଆଠଗଡ଼ ଥାନାରେ ଅଟକ ରଖାଯାଇଛି।