ଠିକା ନିଯୁକ୍ତି ଉଚ୍ଛେଦ ପରେ ମଧ୍ୟ ବଢୁଛି ଦ୍ଵନ୍ଦ! କାହାକୁ ମିଳିବ ସ୍ଥାୟୀ ନିଯୁକ୍ତି, କିଏ ପଡ଼ିବ ବାଦ୍?

 
Job

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ରାଜ୍ୟରୁ ଉଚ୍ଛେଦ ହୋଇଛି ଠିକା ନିଯୁକ୍ତି। ରାଜ୍ୟରେ ବହୁ ପୂର୍ବରୁ ବହୁ ସଂସ୍ଥାରେ ଠିକା ନିଯୁକ୍ତି ଦିଆଯାଉଥିବା ବେଳେ ସରକାର ଏହାକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇଛନ୍ତି। ତେବେ, ଠିକା କର୍ମଚାରୀ ମାନଙ୍କ ମଧ୍ୟରୁ କେଉଁମାନଙ୍କୁ ସ୍ଥାୟୀ କରାଯିବ ଏବଂ କେଉଁମାନଙ୍କୁ ବାଦ୍ ଦିଆଯିବ ସେଥିନେଇ ଲୋକେ ଦ୍ଵନ୍ଦରେ ରହିଛନ୍ତି।

Employees

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୭୦ ହଜ଼ାରରୁ ଅଧିକ ଠିକା କର୍ମଚାରୀ ରହିଥିବା ସଂଘ ପକ୍ଷରୁ କୁହାଯାଇଥିବା ବେଳେ କେବଳ ୫୭ ହଜ଼ାର ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରି ହେଲେ ବଳକା ପଡିଥିବା ଠିକା କର୍ମଚାରୀଙ୍କୁ କେଉଁ ଆଧାରରେ ବାଦ୍ ଦିଆଯାଇଛି ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Office

ଆହୁରି ମଧ୍ୟ ଯେଉଁ ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ କରାଯିବ ସେମାନଙ୍କୁ ସରକାର କେଉଁ ଆଧାରରେ ଦରମା ଦେବେ ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ଏପରି କ୍ଷେତ୍ରରେ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା କରାଯାଉଛି। ସରକାରୀ ବିଜ୍ଞପ୍ତି ଆସିଲେ ସବୁ ପ୍ରକାର ସନ୍ଦେହ ଦୂର ହୋଇଯିବ ବୋଲି ଆଶା କରାଯାଉଛି।