ବାବୁସାନଙ୍କ ସହ ଚୋରା ପିରତି ପଡ଼ିଲା ମହଙ୍ଗା, ବିଜ୍ଞାପନରୁ ହଟିଲେ ପ୍ରକୃତି, ରାସ୍ତାରୁ ହୋର୍ଡିଂ ଛିଣ୍ଡାଇ ଫୋପାଡିଦେଲା କମ୍ପାନୀ, ଜାଣନ୍ତୁ ପୂରା ଖବର

 
Prakruti mishra

ବାବୁସାନଙ୍କ ପରିବାର ସହିତ ଝଗଡ଼ା କରିବା ମହଙ୍ଗା ପଡ଼ିଲା। ବିଜ୍ଞାପନରୁ ବାଦ ପଡିଲେ ପ୍ରକୃତି ମିଶ୍ର। ଏକ ଲୋକପ୍ରିୟ ଅଳଙ୍କାର କମ୍ପାନୀ ପାଇଁ ବିଜ୍ଞାପନ କରୁଥିବା ପ୍ରକୃତିଙ୍କ ଠାରୁ ଏହି କାମ ଛଡାଇ ନିଆ ଯାଇଛି। ଏପରିକି ରାଜଧାନୀରେ ଲାଗିଥିବା ତାଙ୍କର ବଡ଼ ବଡ଼ ପୋଷ୍ଟର ଏବଂ ହୋଡିଂ ଗୁଡିକୁ ମଧ୍ୟ କମ୍ପାନୀ ତରଫରୁ ହଟାଇ ଦିଆଯାଇଥିବା ଦେଖିବାକୁ ମିଳିଛି।

Prakruti mishra

 ଷ୍ଟାର ପରିବାର ମଧ୍ୟରେ ହୋଇଥିବା ବିବାଦ ପରେ ସମାଲୋଚନା ଘେରରେ ରହିଛନ୍ତି ପ୍ରକୃତି। ସେ କରିଥିବା ବିଜ୍ଞାପନ ଗୁଡିକରେ କମ୍ପାନୀର ନାଁ ରହିଲେ କ୍ଷତି ସହିବାକୁ ପଡିପାରେ ବୋଲି ଆଶଙ୍କା କରି ଏଭଳି କରାଯାଇଥିବା ଅନୁମାନ କରାଯାଉଛି। ଚଳିତବର୍ଷ ରଥଯାତ୍ରାର କିଛି ଦିନ ପୂର୍ବରୁ ହିଁ ପ୍ରକୃତି ଏହି ବିଜ୍ଞାପନ ସୁଟ୍ କରିଥିଲେ। ତେବେ, ପ୍ରକୃତି ଚେନ୍ନାଇରୁ ଭୁବନେଶ୍ୱର ଫେରି ଆସିଥିବା ବେଳେ ତାଙ୍କୁ ପୋଲିସର ପଚରାଉଚରାକୁ ସାମ୍ନା କରିବାକୁ ପଡିଥିଲା।

Prakruti mishra

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଭିନେତା ବାବୁସାନ ମଧ୍ୟ ଆଜି ଚେନ୍ନାଇରୁ ଘରକୁ ଫେରିଛନ୍ତି। ସେ ବିମାନବନ୍ଦରରୁ ସିଧାସଳଖ ନିଜ ଘରକୁ ବାପା ମାଆଙ୍କ ପାଖକୁ ଚାଲି ଆସିଥିଲେ। ଗଣମାଧ୍ୟମ ପ୍ରତିନିଥିମାନେ ତାଙ୍କ ବାଇଟ୍ ନେବାକୁ ଅପେକ୍ଷା କରିଥିଲେ ହେଁ ମାନସିକ ଅବସ୍ଥା ଭଲନଥିବାରୁ ସେ କିଛି ସମୟ ବିଶ୍ରାମ ଚାହାଁନ୍ତି ବୋଲି କହିଛନ୍ତି।