ବାବୁସାନ୍ ଙ୍କ ପତ୍ନୀ ତୃପ୍ତିଙ୍କୁ କଡ଼ା ଜବାବ୍ ଦେଲେ ପ୍ରକୃତି, କହିଲେ ନିଜ ସ୍ୱାମୀକୁ ସମ୍ଭାଳ, ନହେଲେ...

 
Babushan prakruti mishra

ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ସହିତ କଳି ଝଗଡ଼ା ହେବାପରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରି ସେ କହିଛନ୍ତି ଯେ,"ପ୍ରତି ହୋଇଥିବା ଆକ୍ରମଣକୁ ବିରୋଧ କରୁଛି। ମୋତେ ଗୁଣ୍ଡା ଆସି ଟଣା ଓଟରା କଲେ। ଜଣେ ନାରୀ ହୋଇ ବିନା କଥାବାର୍ତ୍ତାରେ ମୋର ଡ୍ରେସ୍ କୁ ଭିଡ଼ାଭିଡି କଲେ ଓ ନିର୍ଯ୍ୟାତନା ଦେଲେ"।

Prakruti beaten

ଏହା ବ୍ୟତୀତ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ସେମାନେ ତାଙ୍କୁ ମାଡ଼ ମରୁଥିବା ବେଳେ ଲୋକେ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କ ସହିତ ସେଲ୍ଫି ନେବାରେ ବ୍ୟସ୍ତ ରହିଥିବା ପ୍ରକୃତି ଅଭିଯୋଗ କରିଛନ୍ତି। ଯଦି କୌଣସି ଝିଅ ସମାନ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ତାଙ୍କୁ ଫୋନ କରିପାରିବେ। ଯିଏ ସାହାଯ୍ୟ କରନ୍ତୁ ନ କରନ୍ତୁ ମୁଁ ନିଶ୍ଚିତ ସାହାଯ୍ୟ କରିବି ବୋଲି ପ୍ରକୃତି କହିଛନ୍ତି।

Prakruti mishra

ତୃପ୍ତିଙ୍କୁ ଉତ୍ତର ଦେବାକୁ ଯାଇ ପ୍ରକୃତି କହିଛନ୍ତି ଯେ,"ଯଦି ଚାହୁଁଛ ତୁମ ସ୍ବାମୀ ବାହାରକୁ ନଯାଆନ୍ତୁ, ଶିକୁଳି ବାନ୍ଧି ରଖ"। ସେ ସେହି ସମୟରେ କାମରେ ବାହାରକୁ ଯାଉଥିଲେ, ତାଙ୍କ ସହିତ ଯାହା ହୋଇଛି ସେଥିନେଇ ଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯେତେ ଭାଙ୍ଗିଲେ ମଧ୍ୟ ମୁଁ ଭାଙ୍ଗିବିନି, ଆଗକୁ ବଢ଼ି ଚଳିବି ବୋଲି ପ୍ରକୃତି ଉକ୍ତ ଭିଡ଼ିଓରେ କହୁଥିବା ଦେଖିବାକୁ ମିଳିଛି।