ବାହାରିଲା ସତ! ଦୀର୍ଘ ଏକ ଘଣ୍ଟା ଧରି ପ୍ରକୃତିଙ୍କୁ ଜେରା କଲା ପୋଲିସ! ପଚାରିଲା ଏହି ୮ଟି ପ୍ରଶ୍ନ, ଉତ୍ତରରେ...

 
Prakruti mishra

ବାବୁସାନ-ତୃପ୍ତି-ପ୍ରକୃତି ମାମଲାରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆଜି ଜେରା କରିଛି ଓଡ଼ିଶା ପୋଲିସ। ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ ଆଜି ପ୍ରାୟ ଏକ ଘଣ୍ଟା ଧରି ପ୍ରକୃତିଙ୍କୁ ଏହି ଘଟଣା ସମ୍ପର୍କରେ ପ୍ରଶ୍ନ ପଚାରିଥିଲା। ପ୍ରକୃତିଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ହିଁ ତାଙ୍କୁ ମହିଳା ପୋଲିସ ଅଧିକାରୀ ଜେରା କରିଥିବା ଖାରବେଳନଗର ଥାନା ଆଇଆଇସି ସୂଚନା ଦେଇଛନ୍ତି।

Prakruti

ପ୍ରକୃତିଙ୍କୁ କଣ ପଚାରିଲା ପୋଲିସ:-

୧. କେଉଁ ପରିସ୍ଥିତିରେ ରାସ୍ତାରେ ମୁହାଁମୁହିଁ ହେଲେ ବାବୁସାନ୍-ପ୍ରକୃତି-ତୃପ୍ତି?

୨. ପ୍ରକୃତିଙ୍କୁ କାହିଁକି ମାଡ଼ ମାରିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ?

୩. ରାସ୍ତା ଉପରେ ହାଇଡ୍ରାମା ବେଳେ କେଉଁମାନେ ଉପସ୍ଥିତ ଥିଲେ?

୪. ଘଟଣା ସମୟର ଭିଡିଓ କିଏ ସୁଟିଂ କରି ଭାଇରାଲ କଲା?

୫. ପ୍ରକୃତି ବାବୁସାନଙ୍କ ମଧ୍ୟରେ ସଂପର୍କ କେତେ ନିବିଡ଼?

୬. ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି?

୭. ବାବୁସାନଙ୍କୁ ବ୍ଲାକମେଲ୍ କରୁଥିଲେ କି ପ୍ରକୃତି?

୮. ବାବୁସାନ୍ ଓ ପ୍ରକୃତି କୌଣସି ନିଶା ସେବନ କରୁଥିଲେ କି?

Police station

ପ୍ରକୃତି ଆଜି ଚେନ୍ନାଇରୁ ଭୁବନେଶ୍ୱର ଆସିଥିବା ବେଳେ ସେଠାରୁ ନିଜ ବାପାଙ୍କ ସହିତ ଖାରବେଳନଗର ଥାନାରେ ପହଞ୍ଚିଥିଲେ। ପଚରାଉଚରା କରାଯିବା ସମୟରେ ସେ ପୋଲିସ ଅଧିକାରୀଙ୍କୁ ଯଥେଷ୍ଟ ସହଯୋଗ କରିଥିବା କୁହାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାବୁସାନ ଏବଂ ପ୍ରକୃତି ୨୩ ତାରିଖ ଦିନ ସକାଳୁ ଗୋଟିଏ ଗାଡ଼ିରେ ଚେନ୍ନାଇ ଅଭିମୁଖେ ବାହାରିଥିବା ବେଳେ ବାବୁସାନଙ୍କ ପତ୍ନୀ ସେମାନଙ୍କୁ ରୋକିଥିଲେ। ଏହାପରେ ପ୍ରକୃତି ଓ ତୃପ୍ତିଙ୍କ ମଧ୍ୟରେ ବିଚ୍ ରାସ୍ତାରେ ଝଗଡ଼ା ହୋଇଥିଲା।