ଆତ୍ମହତ୍ୟା ନା ମର୍ଡର! ଆସିଲା ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ, ଜଣା ପଡ଼ିଲା ମୃତ୍ୟୁ ପଛର ଅସଲ କାରଣ

 
Rashmirekha ojha

ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କର ଆକସ୍ମିକ ମୃତ୍ୟୁକୁ ନେଇ ନାନା ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଇତିମଧ୍ୟରେ ରଶ୍ମିରେଖାଙ୍କ ମୃତ୍ୟୁକୁ ୫ ଦିନ ବିତି ଯାଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। କିନ୍ତୁ, ପରିବାର ଲୋକେ ହତ୍ୟା ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି।

Rashmi rekha

ଏହାରି ଭିତରେ ରଶ୍ମିରେଖାଙ୍କର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ ଏହି ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି। ତାଙ୍କ ଦେହରେ ଅନ୍ୟ କୌଣସି ପ୍ରକାର କ୍ଷତ ଚିନ୍ହ ନଥିବା ବେଳେ କେବଳ ଗଳାରେ ଫାଶି ଚିନ୍ହ ରହିଥିବା ଏବଂ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମରୁ ଜଣାପଡ଼ିଛି।

Suicide

ଅନ୍ୟପକ୍ଷରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗକୁ ଆଧାର କରି ପୋଲିସ ଫେରାର ଥିବା ରଶ୍ମିରେଖାଙ୍କର ସ୍ୱାମୀ ସନ୍ତୋଷ ପାତ୍ରଙ୍କୁ ଖୋଜିବାରେ ବ୍ୟସ୍ତ ରହିଛି। ପୋଲିସ ସନ୍ତୋଷଙ୍କର ଫୋନ ଟ୍ରାକିଂ କରି ତାଙ୍କୁ ଖୋଜିବାକୁ ଚେଷ୍ଟା କରୁଥିବା ଜଣାଯାଇଛି।