ଶୀଘ୍ର ବଦଳାଇ ଦିଅନ୍ତୁ ଗାଡିର ନମ୍ବର ପ୍ଲେଟ୍! ନଚେତ୍, ଦେବାକୁ ପଡ଼ିବ ୧୦ ଟଙ୍କା ଫାଇନ୍, ଜାଣନ୍ତୁ ପୂରା ଖବର

 
Number plate

ଆଜିବି ଆପଣଙ୍କ ଗାଡିରେ ଲାଗିଛି କି ପୁରୁଣା ନମ୍ବରପ୍ଲେଟ? ଯଦି ହଁ ତେବେ ସାବଧାନ ହୋଇଯାଆନ୍ତୁ ଏବଂ ଶୀଘ୍ର ଏହି ନମ୍ବର ପ୍ଲେଟଟିକୁ ବଦଳାଇ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବ୍ୟବହାର କରନ୍ତୁ। କାରଣ ଆଗାମୀ ମାସ ପହିଲା ଠାରୁ ଏଥିପାଇଁ ଆପଣଙ୍କୁ ମୋଟା ଅଙ୍କର ଫାଇନ୍ ଦେବାକୁ ପଡିପାରେ। ଖାସ୍ କରି ଅକ୍ଟୋବର ମାସ ୧ ତାରିଖ ପରଠାରୁ ୧,୨,୩ ଆଉ ୪ରେ ଶେଷ ହେଉଥିବା ଗାଡ଼ି ଗୁଡିକରେ ପୁରୁଣା ନମ୍ବର ପ୍ଲେଟ ଲାଗିଥିଲେ ଏହା ଉପରେ ଫାଇନ୍ ପଡ଼ିବ।

Fine

ଯଦି ଆପଣଙ୍କର ପୁରୁଣା ଗାଡ଼ି ରହିଛି ଏବଂ ଏହାର ନମ୍ବର ୧,୨,୩ କିମ୍ବା ୪ ରେ ଶେଷ ହେଉଛି ତେବେ ଆପଣଙ୍କୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଉକ୍ତ ନମ୍ବର ପ୍ଲେଟଟିକୁ ବଦଳାଇବାକୁ ହେବ। ଯଦି ଆପଣ ଏହାର ଖିଲାପ କରନ୍ତି ଏବଂ ଟ୍ରାଫିକ୍ ପୋଲିସ ଧରିନିଏ। ତେବେ, ଆପଣଙ୍କୁ ୧୦ ହଜ଼ାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡିପାରେ।

High security number plate

ସେହିପରି ଯେଉଁ ଗାଡ଼ି ଗୁଡିକର ନମ୍ବର ୫,୬ରେ ଶେଷ ହେଉଛି ସେମାନଙ୍କୁ ଅକ୍ଟୋବର ୩୧, ୭ ଏବଂ ୮ରେ ଶେଷ ହେଉଥିବା ନମ୍ବର ପାଇଁ ନଭେମ୍ବର ୩୦ ଏବଂ ୯,୧୦ରେ ଶେଷ ହେଉଥିବା ନମ୍ବର ପ୍ଲେଟ ପାଇଁ ଡ଼ିସେମ୍ବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ସବୁ ତାରିଖ ପୂର୍ବରୁ ନିଜ ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ତିଆରି କରିବା ପାଇଁ ନିର୍ଦେଶ ଦିଆଯାଇଛି।