ଦେଖନ୍ତୁ ଭିଡ଼ିଓ: ଝାଉଁ ବଣ ଭିତରେ ଥିଲେ ଦୁଇ ପୁଅ ଏବଂ ଗୋଟିଏ ଝିଅ! ଧରିପକାଇଲେ ଗାଁ ଲୋକ, ଆଉ ତା ପରେ….

 
Pua Jhia

ସମୁଦ୍ର କୂଳ ବୁଲିବା ଏବଂ ପାଖରେ ଥିବା ଝାଉଁ ବଣରେ ଫୋଟୋ ଉଠାଇବାକୁ କିଏ ଅବା ଭଲନପାଏ। କିନ୍ତୁ, ଏପରି କରିବା ପୂର୍ବରୁ ଟିକିଏ ସାବଧାନ ରୁହନ୍ତୁ। କାରଣ ବିଭନ୍ନ ପର୍ଯ୍ୟଟନ ସ୍ଥଳରେ କିଛି ଖଳ ପ୍ରକୃତିର ଲୋକେ ପର୍ଯ୍ୟଟକଙ୍କ ଭିଡ଼ିଓ ରେକର୍ଡ କରିବା ସହିତ ସେମାନଙ୍କୁ ହଇରାଣ କରୁଥିବା ଭଳି ଖବର ସାମ୍ନାକୁ ଆସୁଛି। ଏହିଭଳି ଏହି ଏକ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଡଗରା ବେଳାଭୂମିରେ ଦେଖିବାକୁ ମିଳିଛି।

Blackmail

ଏଠାକାର ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଦୁଇଜଣ ଯୁବକ ଏବଂ ଜଣେ ଯୁବତୀଙ୍କୁ କିଛି ଅସାମାଜିକ ବ୍ୟକ୍ତି ବ୍ଲାକମେଲ୍ କରୁଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଯୁବତୀଙ୍କୁ ସେମାନେ ଦୁର୍ବ୍ୟବହାର କରିବା ସହିତ ଅଶ୍ଲୀଳ ଭାଷା ପ୍ରୟୋଗ ମଧ୍ୟ କରିଛନ୍ତି। ମିଳିଥିବା ସୂଚନା ଅନୁଯାଇ ଭିଡ଼ିଓରେ ନିର୍ଯାତିତ ହେଉଥିବା ଯୁବତୀ ଏବଂ ଯୁବକ ଦ୍ୱେୟ ସମ୍ପର୍କରେ ଭାଇ ଭଉଣୀ।

ସେମାନେ ବୁଲାବୁଲି କରିବା ସହିତ ଝାଉଁ ବଣରେ ଫୋଟୋ ଉଠାଉଥିବା ବେଳେ କିଛି ଅସାମାଜିକ ଯୁବକ କାଠ ଫାଳିଆ ଧରି ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ ହଇରାଣ ହରକତ କରିବା ସହିତ ବ୍ଲାକମେଲ୍ କରି ଟଙ୍କା ମଧ୍ୟ ମାଗିଥିଲେ। ଏଠାରେ ବିଭିନ୍ନ ସମୟରେ ଏଭଳି ଅସାମାଜିକ ଘଟଣା ଘଟୁଥିବା ବେଳେ ପୋଲିସ ଓ ପ୍ରଶାସନ କଣ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଛି।