ଓଡ଼ିଆ ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ରଙ୍କ ୩୭ ବର୍ଷ ବୟସରେ ପରଲୋକ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

 
Rajeswari

ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନ୍ସର ରୋଗରେ ପୀଡିତ ଥିବା ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ବୁଧବାର ରାତି ପ୍ରାୟ ୩ଟାରେ ତାଙ୍କ ଦେହାନ୍ତ ହୋଇଛି। ରାଜଧାନୀର ସମ୍ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ୨୦୧୯ ରେ ସେ କ୍ୟାନ୍ସର ରୋଗରେ ପୀଡିତ ହୋଇଥିଲେ। ସେ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍‌ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଥିଲେ।

Rajeswari

ଗତକାଲି ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ। ଯାହାପରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ସମୟରେ ସେ ମାତ୍ର ୩୭ ବର୍ଷର ହୋଇଥିଲେ। ଗତକାଲି ପ୍ରଥମେ ବାଲେଶ୍ବର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତର ହେବାରୁ ସମକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।‌ଏତେ କମ ବୟସରେ ସେ ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି। ତାଙ୍କ ମୃତ୍ୟୁ ବର୍ତ୍ତମାନ ଟିଭି ଓ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

Rajeswari

ଧାରାବାହିକ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ନିଭାଇ ଓଡ଼ିଶାର ଘରେ ଘରେ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀ ପରବର୍ତ୍ତୀ ସମୟରେ ‘ତୋ ପାଇଁ ମୁଁ’ ସିରିରୟଲରେ ତାରା ପଟ୍ଟନାୟକ ଚରିତ୍ରରେ ନଜର ଆସି ବେଶ୍ ପରିଚିତ ହୋଇଥିଲେ। ତାଙ୍କ ଅଭିନୀତ ଅନ୍ୟ ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମକୁମ୍’ ଇତ୍ୟାଦି।