ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସର୍ଭେ: ମଦ ପିଇବାରେ ଓଡ଼ିଶା ଆଗରେ! ଓଡିଶାରେ ୨୮ ପ୍ରତିଶତ ଲୋକ କରୁଛନ୍ତି ମଦ୍ୟପାନ, ଜାଣନ୍ତୁ ପୂରା ଖବର

 
Liquior

ମଦ୍ୟପାନ କରିବାରେ ସବୁଠାରୁ ଆଗରେ ଆମ ରାଜ୍ୟ ଓଡ଼ିଶା। ଏହା ଆମେ କହୁନାହୁଁ ସର୍ବଭାରତୀୟ ସ୍ତରରେ ହୋଇଥିବା ଏକ ସର୍ଭେ ରିପୋର୍ଟ କହୁଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ବା ଏନଏଫ୍ଏଚଏସ-୫ରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ସର୍ବଭାରତୀୟ ସ୍ତର ଠାରୁ ହାରାହାରି ୧୦% ଅଧିକ ଓଡ଼ିଆ ମଦ୍ୟପାନ କରୁଥିବା ଜାଣିବାକୁ ମିଳିଛି। କେବଳ ଯେ ପୁରୁଷ ତାହା ନୁହେଁ ଏହି ଲିଷ୍ଟରେ ଅଧିକ ସଂଖ୍ୟକ ଓଡ଼ିଆ ମହିଳା ମଦ୍ୟପାନ କରୁଥିବା ସୂଚନା ମିଳିଛି।

Liquior

୧. ଏହି ସର୍ଭେରେ ୧୫ ବର୍ଷରୁ ଉର୍ଦ୍ଧ କେତେ ଲୋକେ ମଦ୍ୟପାନ କରୁଛନ୍ତି ସେଥିନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘର ଘର ବୁଲି ତଥ୍ୟ ସଂଗ୍ରହ କରିଥିଲା।

୨. ଏଥିରୁ ସର୍ବଭାରତୀୟ ସ୍ତରରେ ୧୮.୮% ପୁରୁଷ ମଦ୍ୟପାନ କରୁଥିବା ଜଣାପଡ଼ିଥିଲା। 

୩. ଓଡ଼ିଶାରେ ସର୍ବଭାରତୀୟ ସ୍ତରଠାରୁ ୧୦% ଅଧିକ ଅର୍ଥାତ ୨୮.୮% ପୁରୁଷ ମଦ୍ୟପାନ କରୁଥିବା ଜଣାପଡିଛି।

Liquior

୪. ୨୦୧୯ରୁ ୨୦୨୧ ମଧ୍ୟରେ ହୋଇଥିବା ଏହି ସର୍ଭେରେ ଭାରତର ୬,୩୬,୬୯୯ ପରିବାରକୁ ସାମିଲ କରାଯାଇଥିବା ବେଳେ ଓଡ଼ିଶାର ୨୬,୪୭୬ ପରିବାରଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା।

୫. ସେହିପରି ଭାରତରେ ୧୫ ବର୍ଷରୁ ଅଧିକ ବୟସର ୧.୩% ମହିଳା ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ଏହି ହାର ୪.୩% ରହିଛି।