ଓଡ଼ିଶା‌ ରାସ୍ତାରେ ଆଉ ଗଡ଼ିବନି ପୁରୁଣା ଗାଡି! ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର, ଜାଣନ୍ତୁ ପୂରା ଖବର

 
Scraping policy

ଆଉ ଓଡିଶା ରାସ୍ତାରେ ଗଡ଼ିବନି ପୁରୁଣା ଗାଡ଼ି। ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ଭେଇକିଲ ସ୍କ୍ରାପେଜ୍ ପଲିସିକୁ ଓଡ଼ିଶା ସରକାର ପ୍ରଣୟନ କରିବାକୁ ଯାଉଥିବା ସୂଚନା ମିଳିଛି। ଏହି ଯୋଜନା ଅନୁଯାଇ ୧୫ ବର୍ଷରୁ ଅଧିକ ସମସ୍ତ ବାଣିଜ୍ୟିକ ଓ ୨୦ ବର୍ଷରୁ ଅଧିକ ବୟସର ଘରୋଇ ଯାନ ଗୁଡିକୁ ରାସ୍ତାରୁ ହଟାଇ ଦିଆଯିବ। ପୁରୁଣା ଗାଡ଼ି ମାଲିକମାନେ ସେମାନଙ୍କ ଗାଡ଼ି ବିକ୍ରି କରିବାକୁ ଚାହୁଁଥିଲେ ସରକାର ସ୍ରାପ ଦରରେ ଏହାକୁ କିଣିବାକୁ ଯୋଜନା ରଖିଛନ୍ତି।

Scrappage

 କୌଣସି ଗାଡ଼ି ବିକିବାକୁ ଚାହୁଁଥିଲେ ସରକାର ଆପଣଙ୍କୁ ସେହି ଗାଡ଼ିର ଏକ୍ସସୋରୁମ୍ ମୂଲ୍ୟର ୬% ଟଙ୍କା ପ୍ରଦାନ କରିବେ। ବହୁ ତର୍ଜମା ପରେ ପୁରୁଣା ଗାଡି କିଣିବା ଲାଗି ୨୦୨୨ ମେକ ଇନ ଓଡ଼ିିଶା କନକ୍ଲେଭରେ ରାଜ୍ୟ ପରିବହନ ବିଭାଗ ଏକ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର କରିବାକୁ ଯାଉଥିବା ଜଣାଯାଇଛି। ସରକାରଙ୍କୁ ପୁରୁଣା ଗାଡ଼ି ବିକ୍ରି କରିବା ପରେ ଆପଣଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ। ସେହି ପ୍ରମାଣପତ୍ର ସହିତ ନୂଆ ଗାଡ଼ି କିଣିଲେ ଘରୋଇ ଯାନ ପାଇଁ ୨୫ ପ୍ରତିଶତ, ବାଣିଜ୍ୟିକ ଯାନ ଲାଗି ୮ ବର୍ଷ ପାଇଁ ୧୫ ପ୍ରତିଶତ ଟିକସରେ ରିହାତି ମିଳିବ।

Odisha police

 

କେବଳ ସେତିକି ନୁହେଁ ନୂଆ ଗାଡ଼ି କିଣିବା ସମୟରେ ଆପଣଙ୍କୁ କମ୍ପାନୀ ତରଫରୁ ୫ ପ୍ରତିଶତ ରିହାତି ମଧ୍ୟ ପ୍ରଦାନ କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିପୋର୍ଟ ଅନୁଯାଇ ଏବେ ରାଜ୍ୟରେ ୮ ଲକ୍ଷ ୨୮ ହଜାରରୁ ଅଧିକ ଗାଡ଼ି ୨୦ ବର୍ଷରୁ ବେଶି ପୁରୁଣା ହୋଇଥିଲା ବେଳେ ୮ ଲକ୍ଷ ୩୩ ହଜାରରୁ ଅଧିକ ଗାଡ଼ି ୧୫ ବର୍ଷରୁ ବେଶି ପୁରୁଣା ଗାଡ଼ି ରହିଛି। ପ୍ରଦୂଷଣ ଏବଂ ସଡକ ଦୁର୍ଘଟଣା ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଗତବର୍ଷ ଅଗଷ୍ଟ ୧୩ ତାରିଖ ଠାରୁ ସ୍କ୍ରାପିଂଙ୍ଗ ପଲିସି ଆରମ୍ଭ କରାଯାଇଛି। ଦିଲ୍ଲୀ ଏବଂ ଗୁଜୁରାଟ ଭଳି ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇସାରିଛି।