ଓଡ଼ିଶାରୁ ଗରିବୀ ହଟାଇବା ଲକ୍ଷ୍ୟରେ ରାଜ୍ୟ ସରକାର! ତୃଣମୂଳ ସ୍ତରରେ ଆରମ୍ଭ ହେଲା ସର୍ଭେ, ଜାଣନ୍ତୁ ପୂରା ଖବର

 
Odisha

ବର୍ଷ ବର୍ଷ ଧରି ଓଡ଼ିଶାକୁ ଏକ ଗରିବ ରାଜ୍ୟ ଭାବରେ ପରିଗଣିତ କରାଯାଉଛି। ତେବେ, ପୂର୍ବରୁ ରାଜ୍ୟ ସରକାର ଏଥିନେଇ ଅନେକ ଉନ୍ନତିମୂଳକ ପଦକ୍ଷେପ ଉଠାଇ ସାରିଥିବା ବେଳେ ଏବେ ରାଜ୍ୟର ଗରିବୀ ପ୍ରତିଶତ ହ୍ରାସ କରିବା ପାଇଁ ଯୋଜନା ହେଉଛି। ଏଥିନେଇ ଯୋଜନା ଓ ସଂଯୋଜନା ବିଭାଗର ଏଜେନ୍ସି ମାନବ ବିକାଶ ନିରୀକ୍ଷଣ ସଂସ୍ଥା ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି।

Poverty

ମିଳିଥିବା ସୂଚନା ଅନୁଯାଇ ରାଜ୍ୟର ପ୍ରତି ପଞ୍ଚାୟତ ଏବଂ ଗ୍ରାମରେ ଏହି ସର୍ଭେ କରାଯିବ। ଲୋକଙ୍କ ମତକୁ ନେଇ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯିବ। ଖାସ୍ କରି ହିତାଧିକାରୀମାନଙ୍କ ପାଖରେ ଯୋଜନା ପହଞ୍ଚିଛି କି ନାହିଁ? ଗରିବ କଲ୍ୟାଣ ଯୋଜନା ଗରିବଙ୍କ କେତେ ହିତରେ ଲାଗୁଛି? ଏହି ସବୁର ସଠିକ ଆକଳନ କରାଯିବ।

Poverty

ପ୍ରଥମ ପର୍ଯ୍ୟାୟରେ ୨୦୨୩ ମସିହା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ୪ ହଜାର ୫୬ ଗ୍ରାମ ପଞ୍ଚାୟତରେ ସର୍ଭେ ଆରମ୍ଭ କରାଯିବ। ସେହିପରି ବାକି ୬ ହଜାର ୭୯୪ ପଞ୍ଚାୟତର ସର୍ଭେ କାର୍ଯ୍ୟ ଆସନ୍ତା ବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା ସମାପ୍ତ କରିବାକୁ ସରକାର ଯୋଜନା କରିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ସରକାରଙ୍କର ଏହା ଏକ ପ୍ରହେଳିକା ବୋଲି କହି ବିରୋଧୀ ମାନେ ଏହାକୁ ସମାଲୋଚନା କରିଛନ୍ତି।