କଣ୍ଡୋମ ବ୍ୟବହାର କରିବାକୁ ଅମଙ୍ଗ ଓଡ଼ିଆ! ସରକାରୀ ରିପୋର୍ଟରେ ହେଲା ବଡ଼ ଖୁଲାସା, ଜାଣନ୍ତୁ ପୂରା ଖବର

 
Condom

ଅବାଞ୍ଛିତ ଗର୍ଭଧାରଣ ଏବଂ ଯୌନ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ସାଧାରଣତଃ ସମ୍ପର୍କ ରଖିବା ସମୟରେ କଣ୍ଡୋମ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥାଏ। କିନ୍ତୁ, ରାଜ୍ୟରେ କଣ୍ଡୋମ ବ୍ୟବହାର କରୁଥିବା ପୁରୁଷଙ୍କ ସଂଖ୍ୟା ଲଗାତାର କମିବାକୁ ଲାଗିଥିବା ଜଣାଯାଇଛି। ଆଜିବି କଣ୍ଡୋମ ବ୍ୟବହାର କରିଲେ ଯୌନ ସୁଖଃ ପ୍ରାପ୍ତି ହେଉନଥିବା ନେଇ ଲୋକଙ୍କ ମନରେ ଧାରଣା ରହିଛି।

Condom

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାଇ ୨୦୧୧-୧୨ରେ ଲକ୍ଷେ ୯୩ ହଜାର ୮୮୩ ଜଣ ପୁରୁଷ କଣ୍ଡୋମ ବ୍ୟବହାର କରୁଥିଲେ। କିନ୍ତୁ, ୨୦୨୧-୨୦୨୨ରେ ଏହି ସଂଖ୍ୟା କମି ୧ଲକ୍ଷ ୧୭ ହଜାର ୯୪୬ରେ ପହଞ୍ଚି ସାରିଛି। ଗୋଟିଏ ପଟେ ଲୋକଙ୍କ ମଧ୍ୟରେ କଣ୍ଡୋମର ବ୍ୟବହାର କମିଯାଇଥିବା ବେଳେ ଗର୍ଭନୋରୋଧକ ବଟିକା, UID ଓ ଗର୍ଭ ନିରୋଧକ ଇଞ୍ଜେକସନର ବ୍ୟବହାର ବଢ଼ିଯାଇଛି।

Condom

କେତେକ ଦମ୍ପତି ଏବେବି ୱିଥଡ୍ର ମେଥୋଡ୍ ଅପଣାଇବାକୁ ପସନ୍ଦ କରିଥାନ୍ତି। ତେବେ, କଣ୍ଡୋମ ବିନା କୌଣସି ପ୍ରକାର ଯୌନ ସମ୍ପର୍କ ରଖିବା ଯୌନ ସଂକ୍ରମଣକୁ ଆମନ୍ତ୍ରଣ କରିବା ସଦୃଶ ହୋଇଥାଏ। ସେହିପରି ବୀର୍ଜ୍ୟର ମାତ୍ର ଗୋଟିଏ ବୁନ୍ଦା ହିଁ ମହିଳାଙ୍କୁ ଗର୍ଭବତୀ କରାଇବାରେ ସକ୍ଷମ ହୋଇଥାଏ। ୱିଥଡ୍ର ମେଥୋଡ୍ କଦାପି ଏକ ସୁରକ୍ଷିତ ଉପାୟ ହୋଇନପାରେ। ସେହିପରି ବାରମ୍ବାର ଗର୍ଭନିରୋଧକ ଔଷଧ ବ୍ୟବହାର କରିବା ଦ୍ୱାରା ଏହା ମହିଳାଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ। କଣ୍ଡୋମ ବ୍ୟବହାର ବଢାଇବା ପାଇଁ ସରକାର ନବବିବାହିତ ଦମ୍ପତ୍ତି ମାନଙ୍କୁ ଉପହାର ସ୍ୱରୂପ ୱେଡିଂ କିଟ୍ ପ୍ରଦାନ କରୁଥିବା ଜଣାଯାଇଛି।