ବିବାହର ଅଳ୍ପଦିନରେ ସାଙ୍ଗ ହୋଇ ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ! ଭଡ଼ାଘରୁ ମିଳିଲା ମୃତଦେହ, ପୂରା ଘଟଣା ଜାଣି ହେବେ ଦୁଃଖିତ ଦେଖନ୍ତୁ

 
Suicide

ଭାଙ୍ଗିଗଲା ସବୁ ସ୍ୱପ୍ନ, ମାତ୍ର କିଛି ଦିନ ତଳେ ବିବାହ କରିଥିବା ନବଦମ୍ପତ୍ତି ବାଛିନେଲେ ଆତ୍ମହତ୍ୟାର ରାସ୍ତା। ଯାଜପୁର ରୋଡ଼ ଥାନା ଦଳା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Couples death

ମିଳିଥିବା ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା କସବା, ଫୁଲବାଗ ଅଞ୍ଚଳର ଯତୀନ୍ଦ୍ର ନାଥ ନାୟକଙ୍କ ପୁଅ ଶଙ୍କର ଦୟାଲ ନାୟକଙ୍କର କିଛି ଦିନ ତଳେ ହିଁ ବିବାହ କରିଥିଲେ। ସେ ଯାଜପୁର ରୋଡ଼ ସ୍ଥିତ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ। ତେଣୁ ଏହି ନବଦମ୍ପତ୍ତି ସ୍ଥାନୀୟ ଦଳା ଗାଁରେ ଭଡ଼ା ଘର ନେଇ ରହୁଥିଲେ।

ତେବେ, ଗତକାଲି ସେମାନଙ୍କର ଝୁଲନ୍ତା ମୃତଦେହ ଘରର ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପ୍ରକୃତରେ ସେମାନେ ଆତ୍ମହତ୍ୟା କରିଛନ୍ତି କି ଅନ୍ୟକେହି ହତ୍ୟା କରି ଆତ୍ମହତ୍ୟାର ଦେବାକୁ ଚେଷ୍ଟା କରିଛି ସେଥିନେଇ ଛାନବିନ୍ ଜାରି ରହିଛି। ଉଭୟଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।