ମାତ୍ର ୨ ମାସ ତଳେ କରିଥିଲେ ପ୍ରେମ ବିବାହ, ବିଷ ପିଇ ଆତ୍ମହତ୍ୟା କଲେ ଉଭୟେ, କାରଣ ଜାଣି ହେବେ ଦୁଃଖିତ ୍

 
Suicide

ବିବାହକୁ ମାତ୍ର ୨ ମାସ ହୋଇଥିଲା। ପ୍ରେମ ବିବାହ କରିଥିବା ନବଦମ୍ପତ୍ତି ସୁନାର ସଂସାର ଗଢ଼ିବା ପାଇଁ କେତେ ସ୍ୱପ୍ନ ଦେଖିଥିଲେ। କିନ୍ତୁ, ଆର୍ଥିକ ଅନାଟନ ଜୀବନ ରାସ୍ତାରେ ସବୁଠାରୁ ବଡ଼ କଣ୍ଟା ସାବ୍ୟସ୍ତ ହେଲା। ଶେଷରେ ସାଥି ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ନବଦମ୍ପତ୍ତି। ବାଲେଶ୍ୱର ଜିଲ୍ଲାର ସଦର ଥାନାର ଚଷାଖଣ୍ଡ ପଞ୍ଚାୟତର ମଧୁପୁରା ଗ୍ରାମରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

Marriage

ମିଳିଥିବା ସୂଚନା ଅନୁଯାଇ ମଧୁପୁରା ଗ୍ରାମର ବିଭୂତି ଭୂଷଣ ଜେନାଙ୍କ ପୁଅ ହରିଶଙ୍କର ଜେନା ଜଣେ ରାଜମିସ୍ତ୍ରୀ ଭାବରେ କାମ କରିଥାନ୍ତି। ହରିଶଙ୍କରଙ୍କର କେନ୍ଦୁଝର ଆନନ୍ଦପୁରର ବେବିରାଣୀ ଜେନାଙ୍କ ସହିତ ଫେସବୁକ୍ ମାଧ୍ୟରେ ଦେଖା ହୋଇଥିଲା। ଆଗକୁ ଯାଇ ଉଭୟଙ୍କ ମଧ୍ୟରେ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇଯାଇଥିଲା।

Death

 ସମ୍ପର୍କ ନିବିଡ଼ ହୋଇଯିବାରୁ ବେବିରାଣୀ ନିଜ ବାପଘର ଛାଡ଼ି ହରିଶଙ୍କରଙ୍କ ପାଖକୁ ଚାଲିଆସିଥିଲେ। ଗତ ୨ ମାସ ତଳେ ହିଁ ଉଭୟେ ବିବାହ କରିଥିଲେ। ତେବେ, ସତରେ ଯେମିତି ସେମାନଙ୍କ ଖୁସିରେ କାହାର ନଜର ଲାଗି ଯାଇଥିଲା। ହରିଶଙ୍କର ଏକ ଦୁର୍ଘଟଣାରେ ଶିକାର ହେବାପରେ ଦୀର୍ଘଦିନ ପର୍ଯ୍ୟନ୍ତ କାମକୁ ଯାଇ ପାରୁନଥିଲେ। ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏହି ଦମ୍ପତ୍ତି ମାନସିକ ଚାପରେ ରହି ଆସୁଥିଲେ। ଶେଷରେ ଉଭୟେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି।