ବିଜେଡ଼ିକୁ ସମର୍ଥନ ମାଗିଥିଲେ ଦ୍ରୌପଦୀ ମୁର୍ମୁ, ଏମିତି ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 
Draupadi murmu

ବର୍ତ୍ତମାନ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବରେ ଚୟନ କରିଛି ବିଜେପି ନେତୃତ୍ୱାଧୀନ ଏନଡିଏ। ଏଥିନେଇ ଏନଡ଼ିଏ ପକ୍ଷରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି। ତେବେ, ରାଷ୍ଟ୍ରପତି ପ୍ରାର୍ଥୀନୀ ହେବାପରେ ଦ୍ରୌପଦୀ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଥିଲେ।

Draupadi murmu

ଏହା ପରେ ଏବେ ଏକ ଟ୍ୱିଟ ମାଧ୍ୟମରେ ବିଜେଡି ମୁଖ୍ୟ ଏଥିନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ୱିଟ ମାଧ୍ୟମରେ ସେ କହିଛନ୍ତି ଯେ,"ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିବା ଓଡିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋ ସହ ଏହି ବିଷୟରେ ଆଲୋଚନା କରିଥିଲେ ମୁଁ ବହୁତ ଖୁସି ଥିଲି। ସେ ଦେଶରେ ମହିଳା ସଶକ୍ତିକରଣ ପାଇଁ ଏକ ଉଦାହରଣ ସୃଷ୍ଟି କରିବେ"।


ନବୀନଙ୍କର ଏଭଳି ଟ୍ୱିଟକୁ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ଏନଡ଼ିଏ ଏବଂ ଦ୍ରୌପଦୀଙ୍କୁ ସମର୍ଥନ ବୋଲି ବିବେଚନା କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବାକୁ ଯାଉଛି। ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ୧୮ ଜୁଲାଇରେ ଏବଂ ଭୋଟର ଗଣନା ୨୧ ଜୁଲାଇରେ ହେବାକୁ ଯାଉଛି।