ପ୍ରେମିକ ସହିତ ହୋଟେଲକୁ ଆସିଥିଲେ ନାବାଳିକା, ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ଚାଲିଗଲା ଜୀବନ, ଜାଣନ୍ତୁ ପୂରା ଘଟଣା

 
Jubati

ପ୍ରେମିକ ସହିତ ହୋଟେଲକୁ ଆସିଥିଲେ। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା। କିନ୍ତୁ, ହଠାତ ଅଚେତ ହୋଇଗଲେ ନାବାଳିକା ପରେ ପରେ ତାଙ୍କୁ ବରଗଡ଼ ପୁରୁଣା ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ସେ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା। ବରଗଡ଼ ପୁରୁଣା ରେଲୱେ ଷ୍ଟେସନ ନିକଟସ୍ଥ ବିଜୟ ହୋଟେଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

Rahul

ମିଳିଥିବା ସୂଚନା ଅନୁଯାଇ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଭେଲୁଆପଦର ଗ୍ରାମର ଏହି ନାବାଳିକା ଜଣକ ବରଗଡ଼ ମହିଳା ମହାବିଦ୍ୟାଳୟ ଯୁକ୍ତଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିଲେ। ସୋମବାର ଦିନ ସେ ନିଜ ଗାଁରୁ ବସ୍ ଯୋଗେ ବରଗଡ଼ ଆସିଥିଲେ। ବରଗଡ଼ରେ ସୁରକ୍ଷିତ ପହଞ୍ଚି ଯାଇଥିବା ନେଇ ସକାଳ ପ୍ରାୟ ୯ଟା ବେଳେ ସେ ନିଜ ବାପାକୁ ଫୋନ ଯୋଗେ ଜଣାଇଥିଲେ। କିନ୍ତୁ, ନାବାଳିକା ଜଣକ ବଲାଙ୍ଗୀର ସଦର ଥାନା ପରଧିଆପାଲି ଗ୍ରାମରୁ ଆସିଥିବା ରାହୁଲ ବାଗ୍‌(୨୩) ନାମକ ଯୁବକଙ୍କ ସହିତ ବିଜୟ ହୋଟେଲ କୁ ଯାଇଥିଲେ।

ସେଠାରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲେ ହେଁ କିଛି ସମୟ ପରେ ନାବାଳିକା ଅଚେତ ହୋଇ ପଡ଼ିଥିଲେ। ରାହୁଲ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଖବର ପାଇ ନାବାଳିକାଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ ସେମାନଙ୍କ ଦ୍ବାରା କରାଯାଇଥିବା ଏତଲାକୁ ଆଧାର କରି ପୋଲିସ ବିଜୟ ହୋଟେଲର ମାଲିକ ଏବଂ ପ୍ରେମିକ ରାହୁଲଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।