ଦେଖନ୍ତୁ ଭିଡ଼ିଓ: ଝିଅ ଉପରେ ଲାଗିଥିବା ଅଭିଯୋଗକୁ ଏଭଳି କଥା କହିଲେ ବାପା ମନ୍ମଥ ମିଶ୍ର, କହିଲେ ମୋ ଝିଅ ଆଉ ବାବୁସାନ୍...

 
Prakruti mishra

ଓଲିଉଡ ଅଭିନେତା ବାବୁସାନଙ୍କ ସ୍ତ୍ରୀ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ଭିତରେ ପ୍ରକୃତି ମିଶ୍ରଙ୍କ ବାପା ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ମା' କ୍ରିଷ୍ଣା ମିଶ୍ର ଖାରବେଳ ଥାନାରେ ପହଞ୍ଚି ଏଥିନେଇ ଅଭିଯୋଗ କରିଛନ୍ତି। ଝିଅର ମାନହାନି କରିଥିବା ନେଇ ସେ ତୃପ୍ତି ଶତପଥୀ ଏବଂ ଲଳିତ ଶତପଥୀ ବିରୋଧରେ ଅଭିଯୋଗ କରିଛନ୍ତି।

Prakruti mishra

ଏହାରି ଭିତରେ ବାବୁସାନଙ୍କୁ ପ୍ରକୃତି ମିଶ୍ର ବ୍ଲାକମେଲ୍ କରୁଥିବା ନେଇ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ମନ୍ମଥ ମିଶ୍ର। ତାଙ୍କ କହିବା ଅନୁଯାଇ ପ୍ରକୃତି ବାବୁସାନଙ୍କୁ ବ୍ଲାକମେଲ୍ କରିବାର କୌଣସି ପ୍ରକାର କାରଣ ହିଁ ନାହିଁ। ପ୍ରକୃତି ନିଜେ ଜଣେ ସଫଳ ଅଭିନେତ୍ରୀ ତାଙ୍କର ଆର୍ଥିକ ସ୍ଥିତି ମଧ୍ୟ ଭଲ, ପରିବାର ସହଯୋଗ ମଧ୍ୟ ରହିଛି ତେଣୁ ବ୍ଲାକମେଲ୍ କରିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ ଅଟେ। ଦେଖନ୍ତୁ ଭିଡ଼ିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ବାବୁସାନ ଏବଂ ପ୍ରକୃତି ମିଶ୍ର ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଉଭୟଙ୍କୁ ଅଟକାଇଥିଲେ। ଏହାରି ଭିତରେ ସେ ପ୍ରକୃତିଙ୍କୁ ଗାଳି ଗୁଳଜ କରିବା ସହିତ ମାଡ଼ ମାରିଥିଲେ। ଏଥିନେଇ ତୃପ୍ତି ଶତପଥୀ ମଧ୍ୟ ଥାନାରେ ଅଭିଯୋଗ କରିବେ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି।