ଝିଅ ପ୍ରକୃତି ଓଡ଼ିଶା ଛାଡ଼ି ଯିବା ପରେ ବଡ଼ ବୟାନ ଦେଲେ ବାପା ମନ୍ମଥ ମିଶ୍ର, କହିଲେ ମୋ ଝିଅ ଜଣେ... ଦେଖନ୍ତୁ ଭିଡ଼ିଓ

 
Manmath Mishra

ଗତ କିଛିଦିନ ହେବ ବାବୁସାନ-ତୃପ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦର ଏଯାଏଁ ସମ୍ପୂର୍ଣ୍ଣ ସମାଧାନ ହୋଇନଥିଲେ ହେଁ ଏବେ ଏହି ମାମଲା ଥଣ୍ଡା ପଡି ଯାଇଛି। ନିଜ ଜନ୍ମଦିନରେ ବାବୁସାନ ନିଜ ପରିବାରକୁ ଫେରି ପାଇଥିବା ବେଳେ ପ୍ରକୃତି ମିଶ୍ର ନିଜ ମାଆଙ୍କ ସହିତ ପୁଣିଥରେ ବମ୍ବେ ଅଭିମୁଖେ ଯାତ୍ରା କରିଛନ୍ତି। ଏହାରି ଭିତରେ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର ଗଣମାଧ୍ୟମ ଆଗରେ ନିଜର ମତ ପ୍ରକାଶ କରିଛନ୍ତି।

Prakruti mishra

ଗୋଟିଏ ପଟେ ବମ୍ବେ ଯିବା ପୂର୍ବରୁ ଘଟଣାର ଦ୍ଵିତୀୟ ଇନିଂସକୁ ଧାର୍ଯ୍ୟର ସହିତ ଅପେକ୍ଷା କରିବା ପାଇଁ ପ୍ରକୃତି ଚେତାଇ ଦେଇଥିବା ବେଳେ ପ୍ରକୃତି ଜଣେ ଖୋଲା ମନର ଝିଅ ବୋଲି ତାଙ୍କ ବାପା ମନ୍ମଥ କହିଛନ୍ତି। ସେ କହିଛନ୍ତି ମୋ ଝିଅ ବମ୍ବେ ଇଣ୍ଡଷ୍ଟ୍ରିରେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛି। ବିଗତ ଦିନରେ ଘଟିଥିବା ଘଟଣା ତାକୁ ବିଚଳିତ କରିଥିବାରୁ ବାପା ହିସାବରେ ସେ ତାଙ୍କୁ ଗାଇଡ଼ କରିଥିବା ସୂଚନା ଦେଇଛନ୍ତି। ଝିଅ ପୁଣିଥରେ ନିଜ ଟ୍ରାକ୍ କୁ ଫେରିଥିବାରୁ ସେ ଖୁସିଥିବା କହିଛନ୍ତି।

ତୃପ୍ତି ଏବଂ ତାଙ୍କ ବାପାଙ୍କ ଉପରେ ଦେଇଥିବା କେସ୍ ଫେରାଇ ନେବା ନେଇ ପଚରାଯିବାରୁ ଉଭୟ ପରିବାର ଘଟଣାର ଆପୋଷ ସମାଧାନ ପାଇଁ ମାନସିକ ଭାବରେ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି। ତେବେ, ତୃପ୍ତିଙ୍କ ପ୍ରତି ତାଙ୍କର ସମବେଦନା ରହିଛି ଏବଂ ସେ ଜଣେ ସାହସୀ ଝିଅ ବୋଲି କହିଛନ୍ତି ମନ୍ମଥ। କିନ୍ତୁ, ବିଚ୍ ରାସ୍ତାରେ ମାଡ଼ ନ ମାରି ଘଟଣାଟିକୁ ପରିବାରର ଚାରିକାନ୍ଥ ଭିତରେ ସମାଧାନ କରିଥିଲେ ଭଲ ହୋଇଥାନ୍ତା। ଅପରାଜିତା ଆଉ ଥରେ ଏଥିନେଇ ତାଙ୍କୁ ଫୋନ କରିଥିଲେ ହୁଏତ ଏତେ ଯାଏଁ କଥା ଯାଇନଥାନ୍ତା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବାବୁସାନ ନିଜ ପରିବାର ସହିତ ସମୟ ବିତାଉଥିବା ବେଳେ ଆଗକୁ ସେ ଫିଲ୍ମ ସେଟ୍ କୁ କେବେ ଫେରିବେ ସେଥିନେଇ କୌଣସି ସୂଚନା ମିଳିପାରିନାହିଁ।