ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରୁଥିଲେ ଏହି ଯୁବକ! ପହଞ୍ଚିଗଲା ପ୍ରଥମ ସ୍ତ୍ରୀ ଆଉ ତାପରେ ଦେଖନ୍ତୁ ଭିଡ଼ିଓ

 
Marriage

ପ୍ରଥମ ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିଲେ ଏହି ଯୁବକ। କିନ୍ତୁ, ଠିକ୍ ବେଦୀରେ ବିବାହ କାର୍ଯ୍ୟ ଚାଲିଥିବା ବେଳେ ଦୁଇ ଛୁଆଙ୍କୁ ଧରି ସେଠାରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ। ଦୀର୍ଘସମୟ ଧରି ବର ପକ୍ଷ ଲୋକେ ଏବଂ ଯୁବତୀଙ୍କ ସପକ୍ଷରେ ଥିବା କିଛି ସମାଜସେବୀଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିବା ପରେ ବିବାହ ଭାଙ୍ଗିଯାଇଥିଲା। ସମ୍ବଲପୁର ସହରରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

Sujit

ସମ୍ବଲପୁର ଧନୁପାଲି ଗ୍ରାମର ସୁଜିତ ବାଗ ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ବେଳେ ସେଠାରେ ଏଭଳି କାଣ୍ଡ ଘଟିଯାଇଛି। ୨୦୧୪ ମସିହା ମାର୍ଚ୍ଚ ୯ ତାରିଖରେ ସୁଜିତ ଯଶୋଦାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ପୁଅ(୩ ବର୍ଷ) ଓ ଗୋଟିଏ ଝିଅ(୭ ବର୍ଷ) ମଧ୍ୟ ଅଛନ୍ତି। କିନ୍ତୁ, ପରବର୍ତ୍ତୀ ସମୟରେ ଯଶୋଦାଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଅନୈତିକ ସମ୍ପର୍କ ରହିଥିବା ଦର୍ଶାଇ ସୁଜିତ ତାଙ୍କୁ ଘରୁ ବାହାର କରି ଦେଇଥିଲେ।

ପ୍ରାୟ ଦୁଇ ବର୍ଷ ହେବ ଉଭୟେ ଅଲଗା ରହୁଥିବା ବେଳେ ସୁଜିତ କାମ କରୁଥିବା କୋରିଅର୍ ସର୍ଭିସ୍ ଠାରେ ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସୁଜିତ ଉକ୍ତ ଯୁବତୀଙ୍କୁ ଗତକାଲି ବିବାହ କରିବାକୁ ଯାଉଥିଲେ କିନ୍ତୁ ପ୍ରଥମ ସ୍ତ୍ରୀ ଯଶୋଦା ସବୁ ଭଣ୍ଡୁର କରି ଦେଇଛନ୍ତି। ଗୋଟିଏ ପଟେ ସ୍ୱାମୀ ଛାଡପତ୍ର ନ ଦେଇ ବିବାହ କରୁଥିବା ଯଶୋଦା ଅଭିଯୋଗ କରୁଥିବା ବେଳେ ଯଶୋଦା ବାରମ୍ବାର କୋର୍ଟ ନୋଟିସକୁ ବେଖାତିର କରିବାରୁ ମାଜିଷ୍ଟ୍ରେଟ ତାଙ୍କୁ ଦ୍ଵିତୀୟ ବିବାହ କରିବାକୁ ଅନୁମତି ଦେଇଥିବା ସ୍ୱାମୀ ସୁଜିତ କହିଛନ୍ତି।