ପ୍ରେମ ବିଫଳତାକୁ ନେଇ ଆତ୍ମହତ୍ୟା: ପ୍ରେମିକା ହାତରେ ପଡ଼ିଲା ହାତଗଣ୍ଠି, ପ୍ରେମିକର ଉଠିଲା କୋକେଇ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Premika

ଗୋଟିଏ ପଟେ ବେଦୀ ଉପରେ ବସି ବିବାହ କରୁଥିଲେ ଯୁବତୀ କିନ୍ତୁ ଅନ୍ୟପକ୍ଷରେ ହଠାତ ପ୍ରେମିକାର ବିବାହ ଖବର ଶୁଣି ସହି ପାରିଲାନି, ଗଛ ଡାଳରେ ଫାଶି ଲଗାଇ ଆତ୍ମହତ୍ୟା କରିଲା ପ୍ରେମିକ। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ଏକ ଆତ୍ମହତ୍ୟା ମାମଲା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମାଣିତ୍ରି ଗ୍ରାମରେ ଘଟି ଯାଇଛି। ଘଟଣା ବିଷୟରେ ଜଣାପଡ଼ିବା ପରେ ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Suicide

ମିଳିଥିବା ସୂଚନା ଅନୁଯାଇ ସୋର ଥାନା ମାଣିତ୍ରି ଗ୍ରାମର ରତ୍ନାକର ମଲିକଙ୍କ ୨୨ ବର୍ଷିୟ ପୁଅ ପ୍ରଦୀପ କୁମାର ମଲ୍ଲିକ ଗତ କିଛି ବର୍ଷ ହେବ ପାଖ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରି ଆସୁଥିଲେ। ଉଭୟେ ଉଭୟଙ୍କୁ ପ୍ରେମ କରୁଥିବା ବେଳେ ବିବାହ କରିବାକୁ ମନସ୍ଥ କରିଥିଲେ। ପ୍ରଦୀପ ବାଙ୍ଗାଲୋର ଠାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ବେଳେ ଗତ କିଛି ଦିନ ତଳେ ସେ ଘରକୁ ଆସିଥିଲେ।

Pradip

 ଏଠାକୁ ଆସିବା ପରେ ପ୍ରେମିକା ସହିତ ଦେଖା ହେବାପାଇଁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ପାରିନଥିଲା। ଖବର ନେବା ବେଳକୁ ପ୍ରେମିକାର ଅନ୍ୟତ୍ର ବିବାହ ହୋଇସାରିଥିବା ପ୍ରଦୀପ ଜାଣିବାକୁ ପାଇଥିଲେ। ଏହି ଖବର ପାଇବା ପରେ ସେ ମାନସିକ ଭାରସାମ୍ୟ ହରାଇ ଘରଠାରୁ କିଛି ଦୂରରେ ଥିବା ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରଦିନ ସକାଳୁ ଘରଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।