ଝିଅମାନେ ସାବଧାନ! ଭୁବନେଶ୍ଵରରେ ମାତିଛି ବ୍ରା ଚୋର, ୨୫ରୁ ଅଧିକ ଅନ୍ତବସ୍ତ୍ର ସହ ଧରିଲା ପୋଲିସ, ଜାଣନ୍ତୁ ପୂରା ଘଟଣା

 
Bra chora in Bhubaneswar

ଯୁବତୀ ଓ ମହିଳାମାନଙ୍କ ପାଇଁ ସତର୍କଘଣ୍ଟି। ରାଜଧାନୀରେ ମାତିଛି ବ୍ରା ଚୋର। କଥାଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି? ଚୋର ମାନେ ଘରେ ପଶି ଟଙ୍କା ଏବଂ ସୁନା ଗହଣା ଚୋରି କରୁଥିବା ଆପଣ ଶୁଣିଥିବେ। କିନ୍ତୁ, ଯୁବତୀ ମାନଙ୍କର ଅନ୍ତବସ୍ତ୍ର ଚୋରି କରୁଥିବା ଜଣେ ଯୁବକକୁ ଗିରଫ କରିଛି ଭାରତପୁର ପୋଲିସ। ଚୋରଟି ପାଖରୁ ଏକାଧିକ ବ୍ରା ଜବତ କରାଯାଇଥିବା ମଧ୍ୟ ଜଣାଯାଇଛି।

Bharatpur police

ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ଯୁବକ ଜଣଙ୍କ ଘର କନ୍ଧମାଳ ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଭୋଇ ସାହିରେ ରହୁଥିଲେ। ତେବେ, ଭରତପୁର ଏବଂ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଲେଡିଜ୍ ହଷ୍ଟେଲ ଉପରେ ଏହି ଯୁବକଙ୍କ ନଜର ରହୁଥିଲା। ଯେଉଁଠି ବି କୌଣସି ବ୍ରା ସୁଖୁଥିବାର ଦେଖୁଥିଲା ସେ ତାହାକୁ ଚୋରି କରି ନେଉଥିଲା।

Bra chora

ଘଟଣା ଦିନ ମଧ୍ୟ ସେ ଭରତପୁର ସ୍ଥିତ ଏକ ଲେଡିଜ୍ ହଷ୍ଟେଲରୁ ବ୍ରା ଚୋରି କରୁଥଲା। କିନ୍ତୁ, ସେଠାକାର ଯୁବତୀମାନେ ତାକୁ ଦେଖି ନେଇଥିଲେ ଏଥିସହିତ ଗାଡି ନମ୍ବରର ଫୋଟୋ ମଧ୍ୟ ଉଠାଇ ରଖିଥିଲେ। ଭରତପୁର ଥାନାରେ ଏତଲା ଦେବାପରେ ପୋଲିସ ଉକ୍ତ ଯୁବକକୁ ଗିରଫ କରିଛି। ତା ପାଖରୁ ପ୍ରାୟ ୨୫ଟି ଦାମୀ ବ୍ରା ଜବତ କରାଯାଇଥିବା ଜଣାପଡ଼ିଛି। ତେବେ, ବ୍ରା ଚୋରି ପଛରେ କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଅସ୍ପଷ୍ଟ ରହିଛି।