ପରପୁରୁଷ ସହ ଫେରାର୍ ହେଲା ୨ ଛୁଆର ମାଆ, ଜୀବିତ ସ୍ତ୍ରୀର ଶୁଦ୍ଧି କ୍ରିୟା କଲେ ସ୍ୱାମୀ, ପୂରା ଘଟଣା ଆଶ୍ଚର୍ଯ୍ୟ କରିଦେବ

 
Swami stree

ପରକୀୟା ପ୍ରୀତି ପାଇଁ ଉଜୁଡ଼ିଗଲା ଦୁଇ ଦୁଇଟି ସଂସାର। ବନ୍ଧୁ ସହିତ ସ୍ତ୍ରୀ ଫେରାର ହୋଇଯିବା ପରେ ବଞ୍ଚି ଥାଉ ଥାଉ ନିଜ ପତ୍ନୀର ଶୁଦ୍ଧିକ୍ରିୟା କରିଛନ୍ତି ଏହି ବ୍ୟକ୍ତି। ବଲାଙ୍ଗୀର ସହରରେ ପରକୀୟା ପ୍ରୀତିକୁ ନେଇ ଏଭଳି ଏକ ଘଟଣା ଘଟି ଯାଇଥିବା ବେଳେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ପତ୍ନୀଙ୍କ ଶୁଦ୍ଧିକରି ସାରା ଗାଁକୁ ଭୋଜିଭାତ ଦିଆ ଯାଉଥିବା ଜଣାପଡ଼ିଛି।

Sudhi kriya

ମିଳିଥିବା ସୂଚନା ଅନୁଯାଇ ବଲାଙ୍ଗିର ଉପକଣ୍ଠ କୁରୁଳ ଗାଁର ଅକ୍ଷୟ ରାଉତ ସୁନୀତା ରାଉତଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ଦୁଇଟି ସନ୍ତାନ ରହିଥିଲେ ହେଁ ସୁନୀତା ନିଜ ସ୍ୱାମୀଙ୍କ ସାଙ୍ଗ ବିକାଶ ଜୈନଙ୍କ ସହିତ ସମ୍ପର୍କ ରଖିଥିଲେ। ଏପରିକି ପୂର୍ବରୁ ଥରେ ସେ ଘର ଛାଡ଼ି ପଳାଇଥିଲେ ହେଁ ପରେ ଫେରି ଆସିଥିବା ଜଣାପଡ଼ିଛି।

ତେବେ ପୁଣିଥରେ ସେ ଘର ଛାଡ଼ି ପ୍ରେମିକ ସହିତ ଫେରାର ହୋଇ ଯାଇଥିଲେ। ଏହି କଥା ଜଣାପଡ଼ିବା ପରେ ସ୍ବାମୀ ଅକ୍ଷୟ ଜୀଅନ୍ତା ପତ୍ନୀର ଶୁଦ୍ଧିକ୍ରିୟା କରି ଦେଇଥିଲେ। ପୂଜାପାଠ ସହିତ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା। ଅନ୍ୟପକ୍ଷରେ ବିକାଶ ଜୈନଙ୍କର ଦୁଇଟି ସନ୍ତାନ ରହିଥିବା ବେଳେ ପରକୀୟା ପ୍ରୀତି ପାଇଁ ତାଙ୍କ ଘର ମଧ୍ୟ ଭାଙ୍ଗିଯାଇଛି। ବିକାଶଙ୍କ ପତ୍ନୀ ମୁସ୍କାନ ଏଥିନେଇ ବିକାଶ ଓ ସୁନୀତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।