ଦେଖନ୍ତୁ ଭିଡ଼ିଓ: ହୃଦୟ ବିଦାରକ ଦୃଶ୍ୟ! ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା, ଦେଖନ୍ତୁ ଭାସିଯିବା ସମୟ ପୂରା ଭିଡ଼ିଓ

ପରିବାର ସହିତ ପୁରୀ ବୁଲି ଆସିଥିଲେ। ଖୁବ ମଜାମସ୍ତି କରିବା ସହିତ ସମୁଦ୍ରରେ ଗାଧୋଉଥିଲେ ବାପପୁଅ। କିନ୍ତୁ, ବିଧିରବିଧାନ ଥିଲା କିଛି ଅଲଗା ପୁଅ ଆଗରେ ସମୁଦ୍ରରେ ଭାସିଗଲା ବାପା। ପୁରୀ ଚୈତନ୍ୟ ଛକ ପାଖ ବେଳାଭୂମି ଅଞ୍ଚଳରେ ଗତକାଲି ଅପରାହ୍ନରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ଏହି ଘଟଣାର ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାଇ ବାଲେଶ୍ୱରର ବଂଶୀଧର ବେହେରା ନିଜ ପରିବାର ସହିତ ପୁରୀ ବୁଲିବାକୁ ଆସିଥିଲେ। ଗତକାଲି ଅପରାହ୍ନରେ ପୁରା ପରିବାର ସହିତ ଚୈତନ୍ୟ ଛକ ପାଖ ବେଳାଭୂମିରେ ସେମାନେ ଗାଧୋଉଥିଲେ। ପରିବାରର କୌଣସି ଜଣେ ସଦସ୍ୟ ଭିଡ଼ିଓ ରେକର୍ଡ଼ କରୁଥିବା ବେଳେ ବଂଶୀଧର ଏବଂ ତାଙ୍କ ପୁଅ ପାଣି ଭିତରେ ପୋଜ୍ ଦେଉଥିଲେ।କିନ୍ତୁ, ଲହଡ଼ି ଆସୁଥିବା ସମୟରେ ହଠାତ ବଂଶୀଧର ସମୁଦ୍ର ଭିତରକୁ ଷ୍ଟଣ୍ଟ ଦେଖାଇବା ପାଇଁ ଡେଇଁ ପଡ଼ିଥିଲେ। କୂଳରେ ପୁଅ ବାପାଙ୍କ ପାଇଁ ଅପେକ୍ଷା କରିଥିଲେ ହେଁ ବଂଶୀଧର ଆଉ ଫେରିନଥିଲେ। ବାପାଙ୍କୁ ନ ପାଇଁ ତାଙ୍କ ପୁଅ ବାପା କାହାଁନ୍ତି ବାପା କାହାଁନ୍ତି ବୋଲି ପାଟି କରିବା ପରେ ଲାଇଫଗାର୍ଡ ସେଠାରେ ଖୋଜା ଖୋଜି ଆରମ୍ଭ କରିଥିଲେ। ବହୁ ଚେଷ୍ଟା ସତ୍ତ୍ୱେ ଏପର୍ଯ୍ୟନ୍ତ ସୁଦ୍ଧା ବଂଶୀଧରଙ୍କର କୌଣସି ପତ୍ତା ମିଳିପାରିନାହିଁ।