ଦେଖନ୍ତୁ ଭିଡ଼ିଓ: ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା! ଝିଅ ଓ ସ୍ତ୍ରୀ ଠାରୁ ବିଚ୍ ରାସ୍ତାରେ ମାଡ଼ ଖାଇଲେ ବାପା….

 
Beaten

ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପରକୀୟା ପ୍ରୀତି ମାମଲା। ଟୁଙ୍ଗୁରୁ ଭୋଳ ଓ ବର୍ଷା ମାମଲା ହେଉ ଅଥବା ଓଲିଉଡ ଷ୍ଟାରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ। ବିଗତ କିଛି ଦିନ ମଧ୍ୟରେ ଏଭଳି କିଛି ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ, ରାଉରକେଲା ଅଞ୍ଚଳରୁ ଏଭଳି ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ପରକିୟା ପ୍ରୀତି ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଝିଅଙ୍କ ଠାରୁ ମାଡ଼ ଖାଉଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି।

Beaten

ମିଳିଥିବା ସୂଚନା ଅନୁଯାଇ ଭିଡ଼ିଓରେ ଦେଖିବାକୁ ମିଳିଥିବା ବ୍ୟକ୍ତି ଜଣକ ବିବାହିତ ଓ ତାଙ୍କର ଏକ ଝିଅ ମଧ୍ୟ ରହିଛି। ତେବେ, ଏହାକୁ ଖାତିର ନ କରି ଝିଅ ବୟସର ଜଣେ ଯୁବତୀଙ୍କ ସହିତ ସେ ପ୍ରେମ ସମ୍ପର୍କ ରଖିଥିଲେ। ତେବେ, ଘଟଣାଦିନ ତାଙ୍କର ଭାଗ୍ୟ ଖରାପ ଯେ ସେମାନଙ୍କୁ ଉଭୟ ସ୍ତ୍ରୀ ଓ ଝିଅ ଧରିଦେଇଥିଲେ। ଦେଖନ୍ତୁ ଭିଡ଼ିଓ:-ବିଚ୍ ରାସ୍ତାରେ ଧରାପଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଖରାପ ଭାଷାରେ ଗାଳି କରିବା ସହିତ ଜୋତାରେ ପିଟିଥିଲେ। ଏତେ ସବୁ ହୋଇସାରିବା ପରେ ମଧ୍ୟ ବ୍ୟକ୍ତି ଜଣକ ନିଜ ପ୍ରେମିକାକୁ କୋଳରେ ଟେକି ଫୋଟୋ ଉଠାଇଥିଲେ। ଏହାପରେ ଉଭୟଙ୍କ ଉପରେ ହୋଇଥିଲା ମାଆ ଝିଅଙ୍କ ମାଡ଼ ବର୍ଷା। ରାଉରକେଲା ବଣାଇ ଅଞ୍ଚଳରେ ଘଟିଥିବା ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।