ପ୍ରେମିକା ଥାନାରେ ଏତଲା ଦେବାପରେ ନିଜର ପକ୍ଷ ରଖିଲେ ତିର୍ତ୍ତୋଲ ବିଧାୟକ କହିଲେ, ବାହା ହେବାପାଇଁ ମୁଁ ରାଜି, କିନ୍ତୁ….

 
MLA marriage

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ତାଙ୍କ ବାନ୍ଧବୀ ସୋମାଲିକା ଦାସଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ବର୍ତ୍ତମାନ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ପୂର୍ବରୁ ସୋମାଲିକା ବିଜୟଙ୍କ ସହିତ ଥିବା ତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିବା ବେଳେ ଏବେ ବିବାହ କରିବାକୁ କେନ୍ଦ୍ର କରି ଥାନାରେ ଏତଲା ଦେଇଛନ୍ତି।

Bijay

ଗତ ଶୁକ୍ରବାର ବିବାହ ପାଇଁ ସୋମାଲିକା ସବ୍-ରେଜିଷ୍ଟ୍ରାରଙ୍କ ଅଫିସରେ ଅପେକ୍ଷା କରିଥିବା ବେଳେ ବିଜୟ ଆସିନଥିଲେ। ସେଠାରେ ସର୍ବସାଧାରଣରେ ଗଣମାଧ୍ୟମ ସମ୍ମୁଖରେ ତାଙ୍କୁ ଲଜ୍ଜିତ କରିବା ପାଇଁ ବିଜୟ ଶଙ୍କର ଉଦ୍ଦେଶ୍ୟମୂଳକ ଭାବେ ଆସି ନଥିଲେ ବୋଲି ସୋମାଲିକା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ, ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ବିଜୟ ଶଙ୍କର ଦାସ। ମାଆଙ୍କ ଦେହ ଖରାପ ଥିବାରୁ ସେ ବାହାଘରରେ ଆସିପାରି ନଥିବା କହିଥିଲେ।

Somalika

 ସେ କହିଛନ୍ତି ଯେ,‘ବାହାଘର ନିଶ୍ଚିତ ହେବ, ବାହାଘର ପାଇଁ ମନା କରି ନାହିଁ। ମାଆର ଦେହ ଖରାପ ଥିବାରୁ ବାହାଘର ପାଇଁ ସମୟ ମାଗିଥିଲି। କଣ ପାଇଁ ଜଲ୍‌ଦି ବାହା ହେବାକୁ ସୋମାଲିକା ବାଧ୍ୟ କରୁଛନ୍ତି ଜାଣିପାରୁନି’। ଅନ୍ୟପକ୍ଷରେ ବିଜୟ ଶଙ୍କର ଏବଂ ତାଙ୍କର କିଛି ସହଯୋଗୀ ସେକ୍ସ ରାକେଟ୍ ଚଳାଉଥିବା ନେଇ ସୋମାଲିକା ଗୁରୁତର ଅଭିଯୋଗ ଆଣିଥିଲେ ଯାହାକୁ ମିଥ୍ୟା ଏବଂ ବିଭ୍ରାନ୍ତକ ବୋଲି ବିଜୟ କହିଛନ୍ତି।