ପ୍ରେମିକାକୁ ଭିଡିଓ କଲ କରି ଝୁଲିପଡିଲେ MCA ଛାତ୍ର, ଦୌଡ଼ିଦୌଡ଼ି ଯୁବତୀ ପହଁଚିବା ପୂର୍ବରୁ ସବୁ ସରି ଯାଇଥିଲା, ଜାଣନ୍ତୁ ପୂରା ଘଟଣା

 
Suicide

ଯୁବପିଢ଼ିମାନଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା। ବିଗତ କିଛି ବର୍ଷ ହେବ ରାଜ୍ୟରେ ମଧ୍ୟ ଏଭଳି ସମସ୍ୟା ବଢିଚାଲିଥିବା ବେଳେ ଗତକାଲି କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଆଉ ଜଣେ ଯୁବକ ଏପରି ଚରମ ପଦକ୍ଷେପ ଉଠାଇଛନ୍ତି। ପ୍ରେମ ବ୍ୟାପାର ପାଇଁ ସେ ଏଭଳି କଠୋର ପଦକ୍ଷେପ ଉଠାଇ ଥିବା ଆଶଙ୍କା କରାଯାଉଥିବା ବେଳେ ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Suicide

ମିଳିଥିବା ସୂଚନା ଅନୁଯାଇ ମୃତ ଯୁବକଙ୍କ ନାମ ମନୋଜ ବେହେରା ହୋଇଥିବା ବେଳେ ତାଙ୍କ ଘର ଯାଜପୁର ଅଟେ। ସେ ନରାଜରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏମସିଏରେ ପଢୁଥିବା ବେଳେ ଷଣ୍ଢପୁରସ୍ଥିତ ଏକ ଭଡ଼ାଘରେ ରହୁଥିଲେ। ଗତକାଲି ସନ୍ଧ୍ୟା ସମୟରେ ସେ ନିଜ ବାନ୍ଧବୀଙ୍କୁ ଭିଡ଼ିଓ କଲ୍ କରିଥିଲେ।

Manoj

ଭିଡ଼ିଓ କଲ୍ ଚାଲିଥିବା ବେଳେ ହିଁ ମନୋଜ ଫ୍ୟାନରେ ରଶି ଲଗାଇ ଝୁଲିପଡ଼ିଥିଲେ। ଯୁବତୀ ଜଣକ ଦୌଡ଼ି ଦୌଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ସେତବେଳକୁ ମନୋଜ ଆତ୍ମହତ୍ୟା କରି ସାରିଥିଲେ। ଘର ମାଲିକ ଏବଂ ପାଖରେ ଥିବା ଲୋକେ ଉକ୍ତ ଘର କବାଟ ଭାଙ୍ଗି ମନୋଜଙ୍କ ମୃତ ଶରୀରକୁ ଉଦ୍ଧାର କରିଥିଲେ। ପୋଲିସ ମନୋଜଙ୍କ ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି।