‘ଆସିଲେ ଆଉ ଭାଙ୍ଗିଦେଇଗଲେ’ ହୋଟେଲ୍ ମାଟିରେ ମିଶିବା ପରେ ମୁହଁ ଖୋଲିଲେ କିଶୋର, କହିଲେ ଏମିତି କଥା ଦେଖନ୍ତୁ ଭିଡ଼ିଓ

 
Kishore mutton

ଅସ୍ୱାସ୍ଥ୍ୟକର ପରିବେଶରେ ହୋଟେଲ ଏବଂ ବିନା ଲାଇସେନ୍ସରେ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରୁଥିବା ହେତୁ ଭୁବନେଶ୍ୱର ସ୍ଥିତ କିଶୋର ଭାଇନା ମଟନ ହୋଟେଲକୁ ଦୁଇଦିନ ବନ୍ଦ କରାଯାଇଥିଲା। ତେବେ, ତାଗିଦ ସତ୍ତ୍ୱେ ଏହି ହୋଟେଲ ପୁଣିଥରେ ଖୋଲିବାରୁ ଆଜି ବିଏମସି ପକ୍ଷରୁ ଏହା ଉପରେ ବୁଲଡୋଜର ଚଢାଇ ଦିଆଯାଇଛି। ଗୋଟିଏ ପଟେ ଅପମିଶ୍ରିତ ଖାଦ୍ୟ ଦେଉଥିବା ହେତୁ ଏଭଳି କରାଯାଇଥିବା ବେଳେ ହୋଟେଲର ନୀତିଦିନିଆ ଗ୍ରାହକ ମନ ଦୁଃଖରେ ଫେରୁଥିବା ଦେଖିବାକୁ ମିଳିଛି।

Demolition

ଏଠାରେ କେବଳ ଯେ ଲୋକଙ୍କୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଦିଆ ଯାଉଥିଲା ତାହା ନୁହେଁ ବରଂ ଗୁପଚୁପ ଓ ଦହିବରା ବିକ୍ରିର ରେଜିଷ୍ଟସନରେ ବର୍ଷ ବର୍ଷ ଧରି ହୋଟେଲ ଚାଲୁଥିବାରୁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା  ବିଏମସିର ଫୁଡ ସେଫଟି ଟିମ୍। କିଶୋର ଭାଇନା ମଧ୍ୟ ପରିଷ୍କାର ଓ ପରିଚ୍ଛନ୍ନ ଉପରେ ଧ୍ୟାନ ଦେଉନଥିବା ନେଇ ଅଭିଯୋଗ ହୋଇ ଆସୁଥିଲା।

ଅନ୍ୟପକ୍ଷରେ ଏଥିନେଇ କିଶୋର ଭାଇନାଙ୍କୁ ପଚରା ଯାଇଥିବା ବେଳେ ଅଭିଯୋଗ ଗୁଡିକ ସମ୍ପୂର୍ଣ୍ଣ ଭାବରେ ମିଛ ବୋଲି ସେ ସଫେଇ ଦେଇଥିଲେ। ସବୁଠାରୁ ବଡ଼ କଥା ହେଉଛି ବାରମ୍ବାର ତାଗିଦ ସତ୍ତ୍ୱେ ସେ ପୁଣିଥରେ ନିଜ ଦୋକାନ ଖୋଲି ବେପାର ଆରମ୍ଭ କରି ଦେଇଥିଲେ। ଶେଷରେ ବିଏମସି ପକ୍ଷରୁ ଉକ୍ତ ଦୋକାନଟିକୁ ଉଚ୍ଛେଦ କରାଯାଇଥିବା ଜଣାଯାଇଛି।