ଦେହଜୀବୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ଭୁବନେଶ୍ୱରର IG ପାର୍କ! ଖୋଲାଖୋଲି ଚାଲିଛି ସବୁକିଛି, ପୋଲିସ କାହିଁକି ଚୁପ୍? ଜାଣନ୍ତୁ

 
Ig park

ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଇନ୍ଦିରା ଗାନ୍ଧୀ ପାର୍କ ଅଥବା ଆଇଜି ପାର୍କ। ରାଜଧାନୀର ଜନଗହଳିପୂର୍ଣ୍ଣ ରାଜରାସ୍ତା କଡ଼ରେ ଥିବା ଏହି ପାର୍କକୁ ଲୋକେ ନିଜ ପରିବାର ସହିତ କିଛି ସମୟ ବିତାଇବା ପାଇଁ ଆସିଥାନ୍ତି। କିନ୍ତୁ, ବର୍ତ୍ତମାନର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଏହି ପାର୍କକୁ ଲୋକେ ପରିବାର ଧରି ଯିବାକୁ ଡରିଲେଣି। କାରଣ ଏଠାରେ ଦିନକୁ ଦିନ ଦେହଜୀବୀ ଏବଂ କିନ୍ନର ମାନଙ୍କର ରାଜୁତି ବଢ଼ିବାରେ ଲାଗିଛି।

IG park

 ସନ୍ଧ୍ୟା ହେବା ମାତ୍ରେ ସାଧାରଣ ପର୍ଯ୍ୟଟକ ଭାବରେ ଦେହଜୀବୀମାନେ ପାର୍କ ଭିତରକୁ ପ୍ରବେଶ କରୁଛନ୍ତି। ପାର୍କକୁ ଆସୁଥିବା ଯୁବକମାନଙ୍କୁ ନିଜ ଜାଲରେ ଫସାଇବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ କରି ଦେଉଛନ୍ତି। ଅନ୍ଧାରୁଆ ସ୍ଥାନ ଦେଖି ଥରେ ସେକ୍ସ କରିବା ପାଇଁ ମାତ୍ର ୧୫୦-୨୦୦ ଟଙ୍କା ନେଉଛନ୍ତି। ଏତେ କମ ଟଙ୍କାରେ ସେକ୍ସ କରିବାକୁ ମିଳୁଥିବାରୁ କିଛି ଲୋକେ ସେମାନଙ୍କ ଜାଲରେ ପଡୁଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ଆଜିକାଲି ଆଇଜି ପାର୍କରେ ଦେହ ବେପାର ଖୁବ ଜମୁଛି।

ପାର୍କ ବାହାରେ କିନ୍ନର ମାନେ ବସାଇ ଦେଉନଥିବା ବେଳେ ଭିତରେ ଚାଲୁଛି ଦେହଜୀବୀଙ୍କ ରାଜୁତି। ଏଥିନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ହେଁ ପାର୍କ ଦାୟିତ୍ବରେ ରହିଥିବା BDA କର୍ମଚାରୀ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଅନ୍ୟପକ୍ଷରେ ପାର୍କ ବାହାରେ PCR ଭ୍ୟାନ୍ ଚକ୍କର କଟୁଥିଲେ ହେଁ ପୋଲିସ ବାବୁମାନେ ଦେହଜୀବୀଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ଚୁପ ରହୁଥିବା ଶୁଣିବାକୁ ମିଳୁଛି। ତେବେ, ଗତ ଦୁଇଦିନ ତଳେ ଜଣେ ଦେହଜୀବୀ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାର ଭିଡ଼ିଓ ମଧ୍ୟ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏପରି ପରିସ୍ଥିତି ପରେ ଏଥିନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଓ ପ୍ରଶାସନକୁ ଅନୁରୋଧ କରାଯାଉଛି।