ସର୍ଭେ ରିପୋର୍ଟରେ ଭୟଙ୍କର ଖୁଲାସା! ରାଜ୍ୟରେ ଅଧା ଡାକ୍ତରଙ୍କର ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା, ଜାଣନ୍ତୁ ପୂରା ଖବର

 
Doctor

ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ ଭାବରେ ଗ୍ରହଣ କରାଯାଉଥିବା ବେଳେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାଇ ରାଜ୍ୟର ୪୯% ଡାକ୍ତରଙ୍କର ଉଚିତ ଶିକ୍ଷାଗତ ଯୋଗ୍ୟତା ନାହିଁ।

Doctor

 ହାଇକୋର୍ଟରେ ଏଭଳି ଏକ ତଥ୍ୟ ଉପସ୍ଥାପନ କରାଯାଇଥିବା ବେଳେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏଥିନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ନକଲି ଡାକ୍ତର ମାନଙ୍କୁ ଚିହ୍ନଟ କରିବା ପାଇଁ ଖୁବଶୀଘ୍ର ଏକ ଯୋଗ୍ୟତା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି।

Study

ତେବେ, ଉଚ୍ଚନ୍ୟାୟାଳୟଙ୍କ ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହୋଇଥିଲେ ହେଁ କେଉଁ ଆଧାରରେ ଏହା ଯାଞ୍ଚ କରାଯିବ, କେବେ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ ଏବଂ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ଡାକ୍ତରଙ୍କ ପାଇଁ କ’ଣ ଦଣ୍ଡବିଧାନ କରାଯାଇପାରିବ। ସେଥିନେଇ ସ୍ପଷ୍ଟ କୌଣସି ସୂଚନା ମିଳିନାହିଁ। ଆସନ୍ତା ଜାନୁଆରୀ ୨୭ ତାରିଖରେ ଏହି ମାମଲାର ଆଗାମୀ ଶୁଣାଣିରେ ଏହି ସବୁ କଥା ସ୍ପଷ୍ଟ ହୋଇପାରିବ ବୋଲି ଆଶା କରାଯାଉଛି।