ଦେଖନ୍ତୁ ଭିଡ଼ିଓ: ଝଗଡ଼ା ହେବାରୁ ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ଯୁବତୀ! ଏଭଳି ଭାବରେ ପ୍ରେମିକାର ଜୀବନ ବଞ୍ଚାଇଲେ ଯୁବକ….

ପ୍ରକୃତରେ ପ୍ରେମ କରୁଥିବା ମଣିଷଟିଏ ନିଜ ସାଥି ପାଇଁ ଯେ କୌଣସି ବାଧାବିଘ୍ନ ଲଙ୍ଘିଯିବାକୁ ମଧ୍ୟ ପଛାଇ ନ ଥାଏ। ଏପରି କଥା ଆପଣ କେବଳ ଶୁଣିଥିବେ କିନ୍ତୁ ମୟୁଭଞ୍ଜ ଜିଲ୍ଲାର ଜଣେ ଯୁବକ ଏହି କଥାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି। ଝଗଡ଼ା ହେବା ପରେ ତାଙ୍କ ପ୍ରେମିକା ନଦୀକୁ ଡେଇଁ ପଡ଼ିଥିଲେ। ଯୁବକ ଜଣକ କାଳ ବିଳମ୍ବ ନ କରି ପ୍ରେମିକାକୁ ଉଦ୍ଧାର କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ମିଳିଥିବା ସୂଚନା ଅନୁଯାଇ ଯୁବକଙ୍କ ଘର ମୟୁରଭଞ୍ଜ ଜିଲ୍ଲା ରରୁଆଁ ଅଞ୍ଚଳରେ। ଘଟଣା ଦିନ ତାଙ୍କ ପ୍ରେମିକା ଭୁବନେଶ୍ୱରରୁ ତାଙ୍କୁ ଦେଖା ହେବାପାଇଁ ଆସିଥିଲେ। କିନ୍ତୁ, ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଯୁବତୀ ଜଣକ ଚାଲି ଚାଲି ନିକଟସ୍ଥ ଖଇରିଖଣ୍ଟନ ପୋଲ ଉପରୁ ତଳକୁ ଡେଇଁ ପଡ଼ିଥିଲେ।
ଏହା ଦେଖି ପ୍ରେମିକାକୁ ବଞ୍ଚାଇବାକୁ ଯାଇ ଯୁବକ ଜଣକ ମଧ୍ୟ ନଦୀ ଭିତରକୁ ଡେଇଁ ପଡ଼ିଥିଲେ। କେବଳ ସେତିକି ନୁହେଁ ସେ ଯୁବତୀଙ୍କୁ ଉଦ୍ଧାର କରିବାରେ ମଧ୍ୟ ସଫଳ ହୋଇଥିଲେ। ତେବେ, କଣ ପାଇଁ ଯୁବତୀ ଜଣକ ଏଭଳି ପଦକ୍ଷେପ ଉଠାଇଥିଲେ ସେଥିନେଇ କିଛି ଜଣା ପଡ଼ିନାହିଁ। ଏଥିନେଇ ଥାନାରେ କୌଣସି ପ୍ରକାର ଏତଲା ଦିଆ ଯାଇନଥିବା ବେଳେ ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।