ଦେଖନ୍ତୁ ଭିଡ଼ିଓ: ଭୁବନେଶ୍ୱର ବଡଗଡ ମୀନା ବଜାର ପାଲଟିଲା ରଣକ୍ଷେତ୍ର! ଚୁଟି ଝିଙ୍କିବା ସହିତ ନିଜନିଜ ଭିତରେ ଯୁବତୀଙ୍କ ମାରପିଟ୍, ଭିଡ଼ିଓ ଭାଇରାଲ୍

 
Meena bazar

ଚୁଟି ଝିଙ୍କା ଝିଙ୍କି ସାଙ୍ଗକୁ ବିଧା ଓ ଚାପୁଡ଼ା ମାଡ଼। ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ମୀନା ବଜାର ଯାତ୍ରାରେ କିଛି ଯୁବତୀ ଏଭଳି ଝଗଡ଼ା କରୁଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ଘଟଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ କଣ ପାଇଁ ମୀନା ବଜ଼ାର ଏହି ଯୁବତୀ ମାନଙ୍କ ପାଇଁ ରଣକ୍ଷେତ୍ର ପାଲଟି ଗଲା ସେଥିନେଇ ସ୍ପଷ୍ଟ କୌଣସି ସୂଚନା ମିଳିପାରି ନାହିଁ।

ଘଟଣାଟି ଦୁଇଦିନ ତଳେ ବଡ଼ଗଡ଼ ମୀନା ବଜ଼ାରରେ ଘଟିଥିବା ଜାଣିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାଇ ସ୍ଥାନୀୟ ଅଞ୍ଚଳରେ କିଛି ଯୁବତୀ ସନ୍ଧ୍ୟା ସମୟରେ ମୀନା ବଜ଼ାର ବୁଲିବାକୁ ଆସିଥିଲେ। ତେବେ, କୌଣସି କାରଣରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। କିଛି ସମୟ ମଧ୍ୟରେ ଉଭୟ ଗୋଷ୍ଠୀର ପ୍ରାୟ ୧୦ ଜଣ ଯୁବତୀ ନିଜ ନିଜ ମଧ୍ୟରେ ମାରପିଟ୍ ଆରମ୍ଭ କରିଦେଇଥିଲେ। ସେଠାରେ ଉପସ୍ଥିତ କିଛି ଲୋକେ ଏହାର ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡିବା ପରେ ଏହା ଭାଇରାଲ ହୋଇଥିଲା।