ପ୍ରେମିକ କଥାରେ ବିଷ ପିଇ ଘର ଲୋକଙ୍କୁ ଡ଼ରାଇବାକୁ ଚେଷ୍ଟା କରୁଥିବା ବେଳେ ଚାଲିଗଲା ଯୁବତୀଙ୍କ ଜୀବନ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Premika

କାଳ ହେଲା ପରିବାର ଲୋକଙ୍କୁ ଡ଼ରାଇ ପ୍ରେମର ସ୍ୱୀକୃତି ପାଇବାର ପ୍ରୟାସ। ପ୍ରେମିକ କଥାରେ ପଡ଼ି ବାପା ମାଆଙ୍କୁ ଡ଼ରାଇବା ପାଇଁ ବିଷ ପିଇ ଜୀବନ ହାରିଦେଲେ ଯୁବତୀ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଧିନ ଫତେପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ନାବାଳିକା ଝିଅର ମୃତ୍ୟୁ ପରେ ପ୍ରେମିକ ନାମରେ ଥାନାରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

Suicide

ମିଳିଥିବା ସୂଚନା ଅନୁଯାଇ ଫତେପୁର ଗାଁର ପ୍ରହଲ୍ଲାଦ ସିଅଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶନୀ ସିଅଙ୍କର ସେହି ଗାଁର ଭଗବାନ ଲେଙ୍କାଙ୍କ ୨୮ ବର୍ଷର ପୁଅ ଆକାଶ ଲେଙ୍କାଙ୍କ ସହିତ ଦୀର୍ଘ ୨ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ଏହି କଥା ତାଙ୍କ ପରିବାର ଲୋକେ ଜାଣିବା ପରେ ପୁଅଘର ଲୋକଙ୍କ ସହିତ ଆଲୋଚନା କରିବା ସହିତ ଝିଅ ଠାରୁ ଦୂରେଇ ରହିବା ପାଇଁ କହିଥିଲେ। କିନ୍ତୁ, ପ୍ରିୟଙ୍କା ଏବଂ ଆକାଶ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ଜାରି ରହିଥିଲା।

Priyanka

 ଗତ ୨ ତାରିଖ ସକାଳେ ପ୍ରିୟଙ୍କା ଆକାଶଙ୍କୁ ନ ପାଇଲେ ଜୀବନ ହାରିଦେବେ ବୋଲି ପରିବାର ଲୋକଙ୍କୁ ଧମକ ଦେଇଥିଲେ। ଏହା ପରେ ସେ ନିଜ ପାଖରେ ରଖିଥିବା ବିଷ ପିଇଦେଇଥିଲେ। ତାଙ୍କୁ ତୁରନ୍ତ ଖଇରା ମେଡିକାଲ ଓ ପରେ ଭଦ୍ରକ ମେଡିକାଲ ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ, ସେ ପିଇଥିବା ବିଷ ବୋତଲ ଆକାଶ ତାଙ୍କୁ ଦେଇଥିବା ଏବଂ ଏହାକୁ ପିଇ ପରିବାର ଲୋକଙ୍କୁ ଡ଼ରାଇବା ପାଇଁ ପ୍ରୋତ୍ସାହିତ କରିଥିବା ପ୍ରିୟଙ୍କାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।