ଦେଖନ୍ତୁ ଭିଡିଓ: ମାର୍କେଟ ବିଲ୍ଡିଂରେ କମେଣ୍ଟ ମରାକୁ ନେଇ ଉତ୍ତେଜନା! ଚପଲରେ ମାଡ଼ ମାରିବାକୁ ଧମକ ଦେଲେ ଯୁବତୀ….

 
Jubaka jubati

କମେଣ୍ଟ ମରାକୁ କେନ୍ଦ୍ର କରି ପୁଣିଥରେ ରାଜଧାନୀରେ ତାତିଲେ ଯୁବତୀ। ରାଜଧାନୀର ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ନିକଟରେ ଘଟିଛି ଏଭଳି ଘଟଣା। ଜଣେ ଯୁବକଙ୍କ ଉପରେ ଦୁଇଜଣ ଯୁବତୀ କମେଣ୍ଟ ମାରିଥିବା ଅଭିଯୋଗ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଉଭୟଙ୍କ ମଧ୍ୟରୁ ଜଣେ ଯୁବତୀ ଚପଲରେ ମାଡ଼ ମାରିବାରୁ ଧମକ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାଇ ଗତକାଲି ଏହି ଦୁଇଜଣ ଯୁବତୀ ଅପରାହ୍ନରେ ମାର୍କେଟ ବିଲ୍ଡିଂ କିଛି କିଣିବା ପାଇଁ ଆସିଥିଲେ। ତେବେ, ସେଠାରେ କିଛି ଯୁବକ ସେମାନଙ୍କୁ କମେଣ୍ଟ ମାରିଥିବା ସେମାନେ ଅଭିଯୋଗ କରିବା ସହିତ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ଯାଇଥିଲା। କଳା ପ୍ୟାଣ୍ଟ ଏବଂ ଧଳା ସାର୍ଟ ପିନ୍ଧିଥିବା ଉକ୍ତ ଯୁବକଙ୍କ ସହିତ ବଚସା ମଧ୍ୟରେ ସେ ଅସଭ୍ୟ ଭାଷାରେ ଗାଳି କରିଥିଲେ। ଦେଖନ୍ତୁ ଭିଡ଼ିଓ:-ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏପରିକି କମେଣ୍ଟ ମାରୁଥିବାରୁ ଚପଲରେ ସେକିବାକୁ ଧମକ ଦେଉଥିବା ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଏହାର ଭିଡ଼ିଓ ଉତ୍ତୋଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଭିଡ଼ିଓଟି ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।