ଦେଖନ୍ତୁ ଭିଡ଼ିଓ: ବିଚ୍ ରାସ୍ତାରେ ପ୍ରକୃତି ମିଶ୍ରଙ୍କୁ ମାଡ଼ ମାରିଲେ ବାବୁସାନଙ୍କ ସ୍ତ୍ରୀ! ଭାଇରାଲ ହେଉଛି ଭିଡ଼ିଓ

 
Babushan prakruti mishra

ବିଚ୍ ରାସ୍ତାରେ ଓଲିଉଡ ଷ୍ଟାରଙ୍କ ମଧ୍ୟରେ କଳି! ଓଡ଼ିଆ ସିନେ ଜଗତର ଆଗଧାଡ଼ିର ନାୟିକା ପ୍ରକୃତି ମିଶ୍ରଙ୍କୁ ବିଚ୍ ରାସ୍ତାରେ ଟଣା ଘୋଷରା କରିଲେ ଅଭିନେତା ବାବୁସାନଙ୍କ ପତ୍ନୀ। ରାଜଧାନୀର ରାଜରାସ୍ତାରେ ଷ୍ଟାରଙ୍କ କଳିର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି।

Fight

ମିଳିଥିବା ସୂଚନା ଅନୁଯାଇ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଉଭୟେ କୌଣସି କାମରେ ଯାଉଥିବା ବେଳେ ସ୍ଥାନୀୟ କିଛି ଲୋକେ ତାଙ୍କ ଗାଡିକୁ ଅଟକାଇଥିଲେ। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାବୁସାନଙ୍କ ପତ୍ନୀ ପାଟିତୁଣ୍ଡ କରିବା ସହିତ ପ୍ରକୃତିଙ୍କ ଚୁଟି ଭିଡ଼ିବା ସହିତ ମାଡ଼ ମାରୁଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା। ଏପରିକି ପ୍ରକୃତି ଗାଡି ଭିତରୁ ବାହାରି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା।

କେବଳ ସେତିକି ନୁହେଁ ବାବୁସାନଙ୍କ ପତ୍ନୀ ପ୍ରକୃତିଙ୍କୁ ଇଙ୍ଗିତ କରି,"ଇଏ ମୋ ସଂସାର ଭାଙ୍ଗିଦେଇଛି" ବୋଲି କହୁଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ତେବେ, କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ଏଭଳି ଅପ୍ରୀତିକର ଘଟଣା ଘଟିଗଲା ସେଥିନେଇ ଉଭୟ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ତେବେ, ବିଚ୍ ରାସ୍ତାରେ ଦୁଇ ଜଣ ସେଲିବ୍ରିଟିଙ୍କୁ ଅଟକାଇ ଗାଳି କରିବା ସହିତ ସ୍ଥାନୀୟ ଲୋକଙ୍କ ସହାୟତାରେ ଭିଡ଼ିଓ ରେକର୍ଡ଼ କରାଯିବା କେତେ ଯୁକ୍ତିଯୁକ୍ତ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।