ଦେଖନ୍ତୁ ଭିଡ଼ିଓ: ଜ୍ୱାଇଁ ହ୍ୟୁମାନ ସାଗର ବିରୋଧରେ ମୁହଁ ଖୋଲିଲେ ଶ୍ରେୟାଙ୍କ ବାପା, କହିଲେ- ହ୍ୟୁମାନ୍ ମୋ ଝିଅର ତଣ୍ଟି ଚିପି...

 
Human Sagar

ବିଗତ କିଛି ସମୟ ହେବ ବିବାଦୀୟ ହୋଇପଡ଼ିଥିବା ଓଡ଼ିଆ ପ୍ଲେ-ବ୍ୟାକ୍ ସିଙ୍ଗର୍ ହ୍ୟୁମାନ୍ ସାଗରଙ୍କର ଅଡୁଆ ବଢ଼ିବାରେ ଲାଗିଛି। ଗତକାଲି ତାଙ୍କ ସ୍ତ୍ରୀ ଶ୍ରେୟା ମିଶ୍ର ହ୍ୟୁମାନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଶ୍ରେୟା ଆଉ ହ୍ୟୁମାନଙ୍କ ପାଖକୁ ଫେରିବେ ନାହିଁ ବୋଲି ତାଙ୍କ ବାପା ସ୍ପଷ୍ଟ ଭାବରେ କହିଛନ୍ତି।

Human sagar wife

ହ୍ୟୁମାନଙ୍କର ଅନ୍ୟ ଝିଅଙ୍କ ସହିତ ସମ୍ବନ୍ଧ ରହିଥିବା ନେଇ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହା ବ୍ୟତୀତ ଝିଅର ଡେଲିଭରି ପରଠାରୁ ହ୍ୟୁମାନ ନିର୍ଯାତନା ଦେଉଥିଲେ। ପ୍ରତିଦିନ ମଦ ପିଇ ଏବଂ ନିଶା ସେବନ କରି ହ୍ୟୁମାନ ଶ୍ରେୟାଙ୍କୁ ମାଡ଼ ମାରୁଥିଲେ। ଏପରିକି ଥରେ ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ହ୍ୟୁମାନ ବିବାହ ପରଠାରୁ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ଏଥିପାଇଁ ତାଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯାଇଥିବା ମଧ୍ୟ କହିଛନ୍ତି ଶ୍ରେୟାଙ୍କ ବାପା। ଶ୍ରେୟା ତାଙ୍କ ହ୍ୟୁମାନଙ୍କ ପାଖରେ ସୁରକ୍ଷିତ ନଥିବାରୁ ଗତ ୫ ମାସ ହେବ ସେ ବାପଘରେ ରହୁଥିବା ଜଣାପଡିଛି। ଅନ୍ୟପକ୍ଷରେ ଶ୍ରେୟାଙ୍କ ଧର୍ମ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିବା ତାଙ୍କ ଓକିଲ ଅଭିଯୋଗ କରିଛନ୍ତି।