ଦୂତୀ ଚାନ୍ଦଙ୍କ ପ୍ରେମରେ ଫାଟ: ପ୍ରେମିକାଙ୍କ ସହ ମନାନ୍ତର ପରେ ନିଜ ମନର କୋହକୁ କଲେ ପ୍ରକାଶ, କହିଲେ ମୁଁ...

 
Dutee chand

ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ। ପଡ଼ିଆ ଭିତରେ ନିଜ ଖେଳ ପାଇଁ ହେଉ ଅଥବା ପଡ଼ିଆ ବାହାରେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଦୂତୀ ପ୍ରାୟତଃ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ପୂର୍ବରୁ ନିଜର ସମଲିଙ୍ଗୀ ପ୍ରେମ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହୁଥିବା ଦୂତୀଙ୍କ ପାଇଁ ଆସିଛି ଖରାପ ସମୟ। ପ୍ରେମିକା ସହିତ ତାଙ୍କର ମନୋମାଳିନ୍ୟ ହୋଇଥିବା ନେଇ ଦୂତୀ ପ୍ରକାଶ କରିଛନ୍ତି।

Dutee

ହ୍ୱାଟ୍ସଆପ ଷ୍ଟାଟସ ମାଧ୍ୟମରେ ଦୂତୀ ତାଙ୍କର ଏହି ମନର କଥାକୁ ଜଣାଇଛନ୍ତି। କେବଳ ଏତିକି ନୁହେଁ ପ୍ରେମିକାଙ୍କ ସହିତ ହୋଇଥିବା ହ୍ୱାଟ୍ସଆପ ଚାଟ୍ ର ଏକ ଫୋଟୋକୁ ମଧ୍ୟ ସେ ଷ୍ଟାଟସ୍ ଦ୍ୱାରା ସେୟାର କରିଛନ୍ତି। ଦୂତୀଙ୍କ ପ୍ରେମିକା ତାଙ୍କ ଠାରୁ ଉପହାର ସ୍ୱରୂପ ନେଇଥିବା ସମସ୍ତ ଟଙ୍କା ଫେରାଇ ଦେବେ ବୋଲି କହିଥିବା ଏହି ଚାଟ୍ ରୁ ଦେଖିବାକୁ ମିଳୁଛି।

Dutee

ଦୂତୀ ଚାନ୍ଦ ସେୟାର କରିଥିବା ଏହି ଷ୍ଟାଟସରେ ଲେଖିଛନ୍ତି ଯେ,"ଏମିତି ଏକ ଝିଅକୁ ଭଲ ପାଇ ବସିଲି ଯେ ତା ମନରେ ମୋ ପ୍ରତି ଖାଲି ସନ୍ଦେହ ହିଁ ସନ୍ଦେହ । ଯିଏ ଦିନେ ମୋତେ ପାଇ ଦୁନିଆର ସବୁ ସୁଖ ପାଇଯାଇଥିଲା ବୋଲି କହୁଥିଲା । ଆଜି କାଳେ ମୋତେ ଭଲ ପାଇ ବଡ ଭୁଲଟେ କରିଦେଇଛି ବୋଲି କହୁଛି। ହା ହା କାହାକୁ କ’ଣ କହିବି"। ଏଥିସହିତ ଦୂତୀ ନିଜର ଏବଂ ପ୍ରେମିକା ମୋନାଲିସାଙ୍କୁ ନେଇ ଅନେକ ଭାବନାତ୍ମକ କଥା ସେୟାର କରିଛନ୍ତି।