ସାବତ ମା'ର ସାଂଘାତିକ କାଣ୍ଡ, ୨ ବର୍ଷ ଛୁଆର ତଣ୍ଟି କାଟି ନିଜେ ଝୁଲି ପଡ଼ିଲେ, ଜାଣନ୍ତୁ ପୂରା ଘଟଣା

 
Maa pua

ଭଡ଼ାଘରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ମାଆ-ପୁଅଙ୍କ ମୃତଦେହ। କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗର ବସ୍ତିରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡିଛି। ଘଟଣାସ୍ଥଳରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଥିବା ବେଳେ ଦୁଇବର୍ଷର ଶିଶୁପୁତ୍ରର ଗଳିତ ଶବ ଉଦ୍ଧାର କରାଯାଇଛି। ଉଭୟ ପରିବାର ଘଟଣାସ୍ଥଳରେ ପହଞ୍ଚି ଆରୋପ, ପ୍ରତ୍ୟାରୋପ ଲଗାଉଥିବା ଜଣାପଡିଛି।

Death

ମିଳିଥିବା ସୂଚନା ଅନୁଯାଇ ସାବତ ମାଆ ଶିଶୁପୁତ୍ରକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଶିଶୁଟିର ଜେଜେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ମୁତାବକ ପ୍ରଥମ ସ୍ତ୍ରୀ ମରିଯିବା ପରେ ତାଙ୍କ ପୁଅ ଦ୍ଵିତୀୟ ବିବାହ କରିଥିଲା। କିନ୍ତୁ, ଦ୍ଵିତୀୟ ସ୍ତ୍ରୀ ପ୍ରଥମ ସ୍ତ୍ରୀର ପୁଅକୁ ନିର୍ଯାତନା ଦେଇ ଆସୁଥିଲା। ଏଥିପାଇଁ ପାରିବାରିକ କଳହ ଲାଗି ରହୁଥିବା ଫଳସ୍ୱରୂପ ସେ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି।

Cuttack

ଅନ୍ୟପକ୍ଷରେ ଜ୍ୱାଇଁ ନିର୍ଯାତନା ଦେଉଥିବାରୁ ତାଙ୍କ ଝିଅ ଏଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା ମୃତ ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ପତ୍ନୀ, ପୁଅର ମୃତ୍ୟୁ ନେଇ ଶ୍ୱଶୁର ଘରକୁ ଦାୟୀ କରିଛନ୍ତି ସ୍ୱାମୀ। ଶ୍ୱଶୁର ଘର ଲୋକଙ୍କ ଯୋଗୁଁ ଘରେ ଅଶାନ୍ତି ଥିଲା ବୋଲି ସ୍ବାମୀ କହିଛନ୍ତି। ଝିଅର ବଡ଼ ଭଉଣୀ ଏବଂ ମାଆ ସମସ୍ତ କଥାରେ ହସ୍ତକ୍ଷେପ କରିବା ସହିତ କଳହ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ପୁଅକୁ ମରିଦେବା ପାଇଁ ଦ୍ଵିତୀୟ ପତ୍ନୀ ପୂର୍ବରୁ ମଧ୍ୟ ଧମକ ଦେଇଥିବା ସେ କହିଛନ୍ତି।