ମହାବାତ୍ୟାର ରୂପ ନେବ ବଙ୍ଗୋପସାଗର ରେ ସୃଷ୍ଟ ବାତ୍ୟା ସିତ୍ରାଙ୍ଗ, ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ୍, ଜାଣନ୍ତୁ ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ

 
Batya

ଆଣ୍ଡାମାନ ମହାସାଗରରେ ସୃଷ୍ଟି ହୋଇଥିବା ଡ଼ିପ୍ରେସନ୍ ଘନୀଭୂତ ହୋଇ ବାତ୍ୟାର ରୂପ ନେବାକୁ ଯାଉଥିବା ଅନୁମାନ କରାଯାଉଛି। ଯଦି ଏହି ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନିଏ ତେବେ ଆଗକୁ ଯାଇ ଏହାର ନାମ ସିତ୍ରାଙ୍ଗ ରଖାଯିବ। ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବ ବୋଲି IMD ପକ୍ଷରୁ ଅନୁମାନ କରାଯାଇଛି।

Cyclone

ଚଳିତ ବର୍ଷର ଏହା ଦ୍ଵିତୀୟ ବାତ୍ୟା ହେବାକୁ ଯାଉଥିବା ବେଳେ ୨୦୧୮ ମସିହା ପରେ ଅକ୍ଟୋବର ମାସରେ ଏହା ପ୍ରଥମ ବାତ୍ୟା ହେବାକୁ ଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମେ ମାସରେ ଅସାନୀ ନାମକ ଏକ ବାତ୍ୟା ସଂଘଟିତ ହୋଇଥିଲା। କାନାଡ଼ାର Saskatchewan ୟୁନିଭର୍ସିଟିରେ ଥିବା ଜଣେ ପ୍ରଫେସର ଏହି ବାତ୍ୟା ନେଇ ପୂର୍ବାନୁମାନ କରି ସାରିଥିଲେ।

Cyclone

The Business Standard ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାଇ ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ୍ ଷ୍ଟ୍ରମ୍ ବାଂଲାଦେଶ ଓ ପଶ୍ଚିମବଙ୍ଗର ସୁନ୍ଦରବନରେ ଏହା ଲ୍ୟାଣ୍ଡ୍‌ଫଲ୍‌ କରିପାରେ ବୋଲି କୁହାଯାଉଥିଲା। କିନ୍ତୁ, ବର୍ତ୍ତମାନ IMD ଦ୍ୱାରା କରାଯାଇଥିବା ପୂର୍ବାନୁମାନ ଅନୁଯାଇ ବାତ୍ୟା ସିତ୍ରାଙ୍ଗ ଅନ୍ଦ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିପାରେ।